କଟକ (ନୃସିଂହ ଚରଣ ଦାସ): ଯୁବକ ଯୁବତୀ ଦେଶର ମେରୁଦଣ୍ଡ । ଯୁବକ ଯୁବତୀ ଆଣିପାରିବେ ସମାଜରେ ପରିବର୍ତ୍ତନ । ଏଭଳି ମନ୍ତବ୍ୟ ରଖିଥିଲେ ପରିବର୍ତ୍ତନ ସ୍ୱର ଶୀର୍ଷକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥିମାନେ । ସାଲେପୁରର ବାଲିସାହିସ୍ଥ ଶ୍ରୀରାମ ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ପୁସ୍ତକ ଉନ୍ମୋଚନ ଉତ୍ସବ । ବିଶିଷ୍ଠ ସ୍ତମ୍ବକାର ବିବେକାନନ୍ଦ ଦାସଙ୍କ ରଚିତ ପରିବର୍ତ୍ତନର ସ୍ୱର ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଡକ୍ଟର ହରିହର କାନୁନଗୋ । ପରିବେଶବିତ ପ୍ରମୋଦ କୁମାର ଦାଶଙ୍କ ସଭପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଓଟିଭିର ନିର୍ଦେଶକ ତଥା ଗାନ୍ଧୀ ସ୍ମାରକୀ ନିଧିର ସମ୍ପାଦକ ଜୟନ୍ତ ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଆୟକର ଆୟୁକ୍ତ ଶୋଭନ କର, ବିଶିଷ୍ଠ ଶିକ୍ଷାବିତ ଭାଗବତ ପ୍ରଧାନ, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ସାହିତ୍ୟିକା ଜ୍ୟୋତ୍ରିମୟୀ ମହାନ୍ତି ମଂଚାସିନ ଥିଲେ । ସମାଜ ପରିବର୍ତ୍ତନରେ ଯୁବଶକ୍ତିର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ଅତିଥି ମାନେ ସ୍ଵକୀୟ ମତପୋଷଣ କରିଥିଲେ । ସଭାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post