କଟକ (ନୃସିଂହ ଚରଣ ଦାସ): ବର୍ଷାନ୍ତ ଶେଷ ପର୍ଯ୍ୟାୟରେ ମାହାଙ୍ଗାରେ ଶୁଭିଥିଲା ପରିବର୍ତ୍ତନର ସ୍ୱର । ବିଦାୟ ବର୍ଷର ବନ୍ଧୁମିଳନ ନାଁରେ ହୋଇଥିଲା ଶକ୍ତି ପ୍ରଦର୍ଶନ । ପ୍ରାକ୍ତନ ସମିତି ସଭ୍ୟ ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ ବ୍ଲକ ଅଧିନ ଏକାଧିକ ପଞ୍ଚାୟତର ଶହ ଶହ ଲୋକ । ସେଠାକୁ ଆସିଥିବା ବ୍ୟକ୍ତିଙ୍କର ସମାଗମ ଦେଇଥିଲା ଭିନ୍ନ ସନ୍ଦେଶ । ଆଉ ମାତ୍ର ଏକ ବର୍ଷର ପ୍ରତୀକ୍ଷା । ସମ୍ଭବତଃ ଏହାରି ଭିତରେ ବି ହୋଇପାରେ ସାଧାରଣ ନିର୍ବାଚନ । ତାପୂର୍ବରୁ ଏଭଳି ଜନ ସମାବେଶ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସୃଷ୍ଟି କରିଛି ଭୂକମ୍ପନ। ଯାହାର ସୂତ୍ରଧର ସାଜିଛନ୍ତି ପ୍ରାକ୍ତନ ଆୟକର କମିଶନର ତଥା ଦିବଂଗତ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ହେଡ କ୍ୱାଟର ଅଳିଯୋଡାସ୍ଥ ବଣୁଆ ମହାପୁରୁଷଙ୍କ ପୀଠରେ ଆୟୋଜିତ ହୋଇଥିଲା ବିଦାୟି ବର୍ଷର ବନ୍ଧୁ ମିଳନ । ପୁରୁଣା ବର୍ଷର ସ୍ମୁତିକୁ ପାଶୋରି ନୂଆବର୍ଷରେ ନୂଆ ସଂକଳ୍ପ ନେବାକୁ ଶ୍ରୀ କର ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ ସ୍ବର୍ଗତ ଶରତ କରଙ୍କ ଅନୁଗତଙ୍କ ଉପସ୍ଥିତି ରାଜନୈତିକ ସମିକରଣର ଭିନ୍ନ ଦିଶା ଦେଉଛି । ମାହାଙ୍ଗା ରାଜନୀତିରେ ହାଟ୍ରିକ ମାରିଥିବା ବିଜେଡି ନେତାଙ୍କୁ ଏହି ବନ୍ଧୁମିଳନ ଦେବ କି ଚେକ । ନାଁ ବିଜେଡିର ଫଣ୍ଡା ଫେସ ଚେଞ୍ଚ ବେସ ଚେଞ୍ଚର ଫର୍ମୁଲା ହେବ ଆଲ୍ଲାଏ । ଯାହାକି ସମୟ କହିବ । ବିଦାୟି ବର୍ଷର ବନ୍ଧୁମିଳନ ମାହାଙ୍ଗାବାସୀଙ୍କୁ ଦେବ କି ନାଁ ନେତୃତ୍ୱ ।
Sign in
Sign in
Recover your password.
A password will be e-mailed to you.
Next Post