ସ୍ୱାଭିମାନ ଅଞ୍ଚଳରୁ ଘରେ ଘରେ ପୃଷ୍ଟି ପ୍ରୟାସର ଶୁଭ ଆରମ୍ଭ

ମାଲକାନଗିରି/ଚିତ୍ରକୋଣ୍ଡା, ୭/୧୨/୨୦୨୩: (S.N. PANDA) ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଠାରେ ମାନ୍ୟବାର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ଦ୍ଵାରା ଘରେ ଘରେ ପୃଷ୍ଟି ଯୋଜନାର ଶୁଭ ଉଦଘାଟନ ହେଇଯାଇଛି । ସକାଳୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯନ୍ତବାଇରେ ପହଞ୍ଚି ଥିଲେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେଠାରେ ଜିଲ୍ଲା ପ୍ରଶାସନ ତରଫରୁ ମାଲକାନଗିରି ଜିଲ୍ଲା ଜିଲ୍ଲାପାଳ ବିଶାଳ ସିଂ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମନ୍ତ୍ରୀ ଓ ସଚିବଙ୍କୁ ସ୍ୱାଗତ କରାଯାଇଥିଲା । ସେଠାରୁ ସଭାସ୍ଥଳକୁ ଯାଇ ବିଧି ବଧ ଭାବେ ଘରେ ଘରେ ପୃଷ୍ଟି ସହାୟକ କର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ।ପ୍ରଥମେ ୩୦ ଜିଲ୍ଲାର ୮ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ ପାଇଁ ଲକ୍ଷ ରଖାଯାଇଥିବା ସହ ପ୍ରତ୍ୟେକ ପରିବାରକୁ ୧୦ଟି ଉନ୍ନତ ମାନର ଫଳ ଓ ପନି ପରିବାର ଚାରା ଓ ବିହନ ପୁଡ଼ିଆ ପ୍ରଦାନ କରାଯାଇଛି। ଓଡ଼ିଶାର ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଲୋକ ନିଜ ଘର ପଛରେ ବଗିଚା ସୃଷ୍ଟି କରିବା ସହ ପରିବାରକୁ ତାଜା ଓ ସ୍ବାସ୍ତ୍ୟ କର ଖାଦ୍ୟ ଯୋଗାଇବାରେ ସହାୟକ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଆଡମା ରାବା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଏ ପି ଡି ମାନସ କୁମାର ମିଶ୍ର, କୃଷି ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.