କଟକ,(ନୃସିଂହ ଚରଣ ଦାସ): ଘୋଷଣା ହୋଇନି ନିର୍ବାଚନ ପ୍ରସଙ୍ଗ । ହେଲେ ଗାଁଠୁ ସହର ସବୁଠି ବହୁଛି ରାଜନୀତି ପବନ । ବିଜେଡି ତାର ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀରେ ଜାରି ରଖିଛି । ସେପଟେ ବିଜେପି ମଧ୍ୟ ସଂକଳ୍ପ ଯାତ୍ରା ଜାରି ରଖିଛି । ଯାହାର ଝଲକ ଦେଖାଯାଇଛି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସଂକଳ୍ପ ଯାତ୍ରାରେ ହୋଇଥିଲେ ସାମିଲ । ଆଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପ ବଦ୍ଧ । ସେହିପରି ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଏକ ସ୍ଥିର ସରକାର ଚାଲିଛି । ହେଲେ ଏବେ ବି ରହିଛି ଅପପୃଷ୍ଟି । ଯେଉଁଥି ପାଇଁ ରାଜ୍ୟ ସରକାର ଲାଗୁ କରିଛନ୍ତି ଘରେ ଘରେ ପୃଷ୍ଟି କର୍ଯ୍ୟକ୍ରମ । ଯାହାକୁ ଧର୍ମେନ୍ଦ୍ର କାଉଣ୍ଟର କରିଛନ୍ତି । ଯାହା ୨୨ ବର୍ଷରେ ହୋଇନି । ତାହା ଏବେ କେମିତି ପୂରଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଖାଲି ସେତିକି ନୁହେଁ ଧର୍ମେନ୍ଦ୍ର ମାହାଙ୍ଗା ଡବଲ ହତ୍ୟା ପ୍ରସଙ୍ଗ ବି ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀ ଏକାଧିକ ସ୍ଥାନରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post