ବରଗଡ: ବରଗଡ ଜିଲ୍ଲା ଭଟଲିର ପ୍ରସିଦ୍ଧ ଶ୍ୟାମ ବିହାରୀଙ୍କ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ପାଇଁ ମଙ୍ଗଳବାର ଦିନ ସକାଳ ୧୧ଟାରୁ ରାଜସ୍ଥାନର ଶିଖର ଜିଲ୍ଲା ସ୍ଥିତ ଖଟୁଶ୍ଯାମଜୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭଦ୍ରକ ଜିଲ୍ଲା ବେତଡା ଗ୍ରାମର ୨୬ବର୍ଷୀୟ ଉଚ୍ଚ ଶିକ୍ଷିତ ଯୁବକ ମୋହିତ ଖଣ୍ଡେଲବାଲ ବାହାରିଛନ୍ତି। ଅଦମ୍ଯ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ୧୭୦୦କିଲୋମିଟରର ୪୫ଦିନିଆ ପଦଯାତ୍ରା। ଦୈନିକ ୩୫ରୁ ୪୦କି.ମି ପାଦରେ ଚାଲି ଚାଲି ଯାଉଛନ୍ତି ଯୁବକ। ଭକ୍ତଙ୍କ ସେବା କରିବାର ଇଛା କରିବା ପାଇଁ ସାଥିରେ ରହିଛନ୍ତି ବରଗଡ଼ର ଦିନେଶ ଶର୍ମା । ଆତ୍ମବିଶ୍ବାସ ଆଗରେ ହାରମାନିଛି ଦୂରତା । ଏକ ସାଇକେଲରେ ଖାଇବା ପିଇବା ସାମଗ୍ରୀ ଓ ଲୁଗା ପଟା ଧରି ଶ୍ୟାମ ବିହାରୀ ଭକ୍ତଙ୍କ ପଛରେ ଯାଉଛନ୍ତି । ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ବାବା କେଦାରନାଥଙ୍କ ଆଶୀର୍ବାଦ ନେଇ ସଙ୍କଳ୍ପ ଯାତ୍ରାରେ ବାହାରିଛନ୍ତି।
Sign in
Sign in
Recover your password.
A password will be e-mailed to you.