mobile header

୨୭ତମ ସର୍ବ ଭାରତୀୟ ବୋରାସମ୍ବ କ୍ରିକେଟ କଫ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, ୯/୧/୨୦୨୩: ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ୨୭ ତମ ସର୍ବଭାରତୀୟ ବୋରା ସମ୍ବର କ୍ରିକେଟ କଫ ଆଜିଠାରୁ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ଦିବସରେ ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଣଜିତ ସିଂ ବରିହା ଯେଗଦାନ ଦେଇ ଶୁଭ ଉଦଘାଟନ କରିଥିଲେ। ଟୁର୍ଣ୍ଣାମେଣ୍ଟ ଉଦଘାଟନୀର ପ୍ରଥମ ମ୍ୟାଚରେ ଆଜି ବୋରାସମ୍ବର ସ୍ପେଟିଙ୍ଗ ଓ ଏନ୍ଏନ୍ଏସ ଆହ୍ଲାବାଦ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା। ଆହ୍ଲାବାଦ ଦଳ ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୨୫ ଓଭରରେ ୯ ଉଇକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଥିଲେ ତାର ଜବାବରେ ବୋରା ସମ୍ବର ସ୍ପେଟିଙ୍ଗ ଦଳ ସମସ୍ତ ଉଇକେଟ ହରାଇ ୭୩ ରନ ସଂଗ୍ରହ କରିଥିଲେ ଫଳରେ ୭୩ ରନରେ ଆହ୍ଲାବାଦ ଦଳ ବିଜୟୀ ହୋଇଥିଲେ। ଆଜିର ମ୍ୟାଚର ଉଦଯାପିତ ଦିବସରେ ଅତିଥି ଭାବରେ ପଦ୍ମପୁରର ବରିଷ୍ଠ ସାମ୍ବାଦିକ ଲାଲବିହାରୀ ମିଶ୍ର, ରତ୍ନମଣି ଶତପଥୀ, ବିଜୟ କୁମାର ସାହୁ, ହେମନ୍ତ ସାହୁ, ଗୋପବନ୍ଧୁ ସିକା ଓ ନିଲମଣୀ ଦିପ ଯୋଗଦାନ ଦେଇ ମ୍ୟାନ ଅଫ ଦି ମ୍ୟାଚ ଆହ୍ଲାବାଦ ର ଅତିକ ଅହମ୍ମଦ ଓ ଉତ୍କୃଷ୍ଟ ଖେଲାଡି ଭାବରେ ଉଜ୍ବଳ ଆୟସ ଉଆଲଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଆସନ୍ତାକାଲି ଦ୍ବିତୀୟ ଦିନର ମ୍ୟାଚ ବରଗଡ଼ ବ୍ଲୁ ଡାଇମଣ୍ଡ ଓ ଆର୍ ଉଆଇ ସିସି ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠଟି ଦଳ ଯୋଗଦାନ ଦେଉଛନ୍ତି। ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଓ ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋରାସମ୍ବର ଟ୍ରଫି, ଉପ ବିଜେତା ଦଳକୁ ୪୦ ହଜାର ନଗଦ ରାଶି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି। ଆଜିର ପ୍ରଥମ ଦିନର ମ୍ୟାଚକୁ ଅମ୍ପାୟାର ଚୂଡାମଣୀ ପାଢ଼ୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ।

Leave A Reply

Your email address will not be published.