ନାଚ ଗୀତରେ ଦୁଲୁକିଲା ଖଇରପୁଟ: ଆରମ୍ଭ ହେଲା ମାଲ୍ୟାବନ୍ତ ମହୋତ୍ସବ

ଆମାକୁଣ୍ଡରୁ କଳସ ଯାତ୍ରାର ଶୁଭାରମ୍ଭ ,ପାରମ୍ପରିକ ନୃତ୍ୟ କଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଆଜି ଠାରୁ ଆରମ୍ଭ ହୋଇଯାଇଛି ମଲ୍ୟବନ୍ତ ମହା ଉତ୍ସବ । ଏଥିରେ ଚଳଚଞ୍ଚଳ ହୋଇ ଉଟିଛି ଖଇରପୁଟ ବ୍ଲକ । ବଣ୍ଡା ନୃତ୍ୟ ସହ ଢେମେସାରେ ଦୁଲିକିଲା ଖଇରପୁଟ ରାଜରାସ୍ତା । ପାରମ୍ପରିକ ବେସଭୁଷାରେ ସଜ୍ଜିତ ହୋଇ ବଣ୍ଡା ରମଣୀମାନେ ନାଚ ଗୀତରେ ମସଗୁଲ ହୋଇଯାଇଥିଲେ। ଏପରିକି ଜିଲ୍ଲାପାଳ ବିଶାଲ ସିଂ ମଧ୍ୟ ନିଜକୁ ରୋକି ପାରିନଥିଲେ ସେ ମଧ୍ୟ ପାମ୍ପରିକ ନାଚରେ ମସ୍ଗୁଲ୍ ହୋଇ ନୃତ୍ୟକୁ ଉପ ଭୋଗ କରିଥିଲେ। ତାଙ୍କ ସହ ଉପଜିଲ୍ଲାପାଳ, ବିଡ଼ିଓ ମଧ୍ୟ ନୃତ୍ୟରେ ସାମିଲ ହୋଇଥିଲେ । ଆଦିମ ବଣ୍ଡା ଜନଜାତି ସମ୍ପ୍ରଦାୟର ପାରମ୍ପରିକ ବାଦ୍ୟର ତାଳେ ତାଳେ କାନ୍ଧକୁ କନ୍ଧ ମିଶାଇ ଯୁବତୀମାନେ ସୁନ୍ଦର ନାଚ କରିଥିଲେ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲ୍ୟବନ୍ତ ମହୋତ୍ସବରେ । ଆଜି ଖଇରପୁଟ ମା ଦାମାଲ ଦେଇ ମନ୍ଦିରରେ ପ୍ରଥମେ ପୂଜା ଅର୍ଚ୍ଚନା କରାଯାଇଥିଲା । ପୂଜା ଅର୍ଚ୍ଚନା ପରେ ବାହାରିଥିଲେ କଳସ ଯାତ୍ରା । ଶତାଧୀକ ମହିଳା ଏବଂ ଯୁବତୀ କଳସୀ ଧରି ଅମାକୁଣ୍ଡ ଠାରେ ପହଞ୍ଚିଥିଲେ ଏବଂ ସେଠାରେ ପୂଜା ଅର୍ଚ୍ଚନା କରି ପାଣି ସଂଗ୍ରହ କରିଥିଲେ । ସେହି ପାଣିକୁ ପ୍ରଥମେ ମା ଦାମଲଦେଇ ମନ୍ଦିରରେ ସ୍ଥାପନ କରିଥିଲେ । ସେଠାରୁ ସଭାଯତ୍ରା ଆରମ୍ଭ ହୋଇଥିଲା । ସେଠାରୁ ଅନେକ ବର୍ଗର ଲୋକ ଜନପ୍ରତିନିଧି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସାମିଲ ହୋଇ ବଣ୍ଡା ନୃତ୍ୟ ଓ ଆଦିବାସୀ ନୃତ୍ୟରେ ତାଳେ ତାଳେ ନାଚି ନାଚି ସହର ପରିକ୍ରମା କରିଥିଲେ । ଏହି ଅବସରରେ ଦୁଇଟି ମାଲ୍ୟବନ୍ତ ରଥର ଶୁଭାରମ୍ଭ କରାଯାଇଥିଲା ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ବିଡ଼ିଓ ଖଇରପୁଟ ହୃଦା ରଞ୍ଜନ ସାହୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.