ପୌର ପରିଷଦ ଅଧ୍ୟକ୍ଷଙ୍କ ଉନ୍ନୟନ କାର୍ଯ୍ୟ ତଦାରଖ

ମାଲକାନଗିରି: ମାଲକାନଗିରି ପୋୖରାଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବାରିକ ଆଜି ୱାର୍ଡ଼ ନଂ.୧୫ ରିକ୍ଲାମେସନ କଲୋନି ଗସ୍ତ କରି ରିକ୍ଲାମେସନ କଲୋନି ସ୍ଥିତ ମୁନିସିପାଲିଟି ଷ୍ଟଲ୍ ଗୁଡ଼ିକ ତଦାରଖ କରିଥିଲେ ଏବଂ ତା ସହ ୱାର୍ଡ଼ର ମୌଳିକ ସମସ୍ୟା ଗୁଡ଼ିକ ଶୁଣିବା ସହ ଆଗାମୀ ଉନୟନ କାର୍ଯ୍ୟକୁ ନେଇ ଆଲୋଚନା କରଥିଲେ | ଏହି ଅବସରରେ ୱାର୍ଡ଼ ମେମ୍ବର ଶ୍ରୀ ବିକାଶ ଦାସ, ରିକ୍ଲାମେସନ ରାଇସିଙ୍ଗ କ୍ଳବ ସଭାପତି ଶ୍ରୀ ମନୋଜ କୁମାର ସାହା, ରିକ୍ଲାମେସନ ରାଇସିଙ୍ଗ କ୍ଳବ ସମ୍ପାଦକ ଶ୍ରୀ କେ.ରାହୁଲ, ରିକ୍ଲାମେସନ ରାଇସିଙ୍ଗ କ୍ଳବର କାର୍ଯ୍ୟକାରୀ ସଦସ୍ୟ, ବାଦଲ ଦେବନାଥ, ଦୀପକ ମଣ୍ଡଳ, ଯୁଧିଷ୍ଠିର ମଣ୍ଡଳ, ସତ୍ୟଜିତ ଗୌଡ଼, ବି. ବିଭୁତି ଭୂଷଣ, ବଳରାମ ସୁନାନି ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.