mobile header

ଶକ୍ତି ଉତ୍ତୋଳନ କରି ରାଜ୍ୟସ୍ତରରେ ଗୌରବ ଆଣିଛି କାଲିମେଳା ଯୁବକ ରାଜ ତରୁଣ

କାଲିମେଳା, ତା ୧୧/୦୧/୨୩: ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳର ଯୁବକ ରାଜ ତରୁଣ ରାଉଲ ରାଜ୍ୟସ୍ତରରେ ଶକ୍ତି ଉତ୍ତୋଳନ କରି କାଲିମେଳା ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଛି। ସେ ରାଜ୍ୟସ୍ତରରେ ‌ରାୟଗଡ଼ା ଜିଲ୍ଲାର ଗୁଣୁପୁରର ୧୧ତମ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ୨୦୨୩ରେ ଅଂଶଗ୍ରହଣ କରିଥିଲେ। ସେଠାରେ ମାଲକାନଗିରି ଜିଲ୍ଲାରୁ ଜଣେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ଟି ମେଡାଲ ଆଣିଛନ୍ତି। ପ୍ରଥମ ଡେଡଲିଫ୍ଟ ୧୬୫କେଜିରେ ସ୍ବର୍ଣ୍ଣ ପଦକ, ଦ୍ଵିତୀୟରେ ଵେନଞ୍ଜସ ପ୍ରେସ ୯୫କେଜିରେ ରୈପ୍ୟ ପଦକ, ତୃତୀୟରେ ଜୁନିୟର ୫୯ ବଡିୱଏଟ କ୍ୟାଟାଗରିରେ ବ୍ରୋଞ୍ଜ ପଦକ ଆଣିଛନ୍ତି। ଏହା ପରେ ତାଙ୍କୁ ବିଭିନ୍ନ ଆଡୁ ସ୍ୱାଗତ କରାଯାଇଛି। ସାଙ୍ଗସାଥୀ ଓ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

Leave A Reply

Your email address will not be published.