ଏମ:ଭି: ୬୭ ସ୍କୁଲରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ମାଲକାନଗିରି ତା ୧୧/୧: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ କୋଇମେଟଲା ଗ୍ରାମ ପଞ୍ଚାୟତର ଏମ :ଭି ୭୬ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ବ୍ଳକ ଅଧ୍ୟକ୍ଷା ସୁଭାସିଣି ସୋଡି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଚିନ୍ତାହରଣ ମଧୁ, ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା- ସୁବାଷିଣୀ ସୋଡି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, କୋଇମେଟଲା ଗ୍ରାମ ପଞ୍ଚାୟତର ସରପଞ୍ଚ-ମୁନ୍ନା ପଡ଼ିଆମି, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ-ଜୟନ୍ତ କୁମାର ସାମଳ, ସି.ଆର.ସିସି- ଦୁଲାଲ ରାୟ, ପ୍ରଧାନ ଶିକ୍ଷକ- ପ୍ରମୋଦ ପଟ୍ଟନାୟକ, ଅନ୍ୟାନ୍ୟ ଶିକ୍ଷକ ମଧ୍ୟରେ- ବିମଳ ମଣ୍ଡଳ, ବିଭୁ ପାତ୍ର, ରଞ୍ଜିତା ଜେନା, ସନ୍ଧ୍ୟାରାଣୀ ରାଉତ, ଚପଳା ରାଉତ, ଏମ.ଭି- ୬୭ ଗ୍ରାମର ୱାର୍ଡ ମେମ୍ବର ଲିପିକା ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି- ଦିପଙ୍କର ମଣ୍ଡଳ, ଲକ୍ଷ୍ମଣ ସରକାର (ମେମ୍ବର) ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଓ ରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏ‌ହା ପରେ ମହା ପୁରୁଷଙ୍କ ଜୀବନି ଉପରେ ଏହି ସଭାରେ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.