mobile header

୨୭ତମ ସର୍ବ ଭାରତୀୟ ବୋରାସମ୍ବ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ: ବିଶାଖାପାଟଣାମକୁ ହରାଇ ୟୁନିୟନ ସ୍ପେଟିଙ୍ଗ କଟକ ବିଜୟୀ

ପଦ୍ମପୁର, ୧୨.୧.୨୦୨୩: ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିବସରେ ବିଶାଖାପାଟଣାମ୍ ଓ କଟକ ମଧ୍ୟରେ ପୋଲ ବିର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭରେ ପ୍ରଥମେ କଟକ ୟୁନିୟନ ସ୍ପେଟିଙ୍ଗ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରି ନିର୍ଧାରିତ ୩୦ ଓଭରରେ ୭ ଉଇକେଟ ବିନିମୟରେ ୨୦୪ ରନ୍ ସଂଗ୍ରହ କରିଥିଲା।ଏହାର ଜବାବରେ ଭାଇଜାକ କ୍ରିକେଟ ଟିମ୍ ବିଶାଖାପାଟଣାମ ୨୦୫ ରନ୍ର ଲକ୍ଷ୍ୟ ନେଇ ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୨୬ ଓଭରରେ ୧୪୪ ରନ ସଂଗ୍ରହ କରିପାରିଥିଲା ଫଳରେ ୬୦ ରନରେ କଟକ ଦଳ ବିଜୟୀ ହୋଇ ପୋଲ ବିର ସେମିଫାଇନାଲକୁ ପ୍ରବେଶ କରିଛି । ଆଜି ଚତୁର୍ଥ ଦିନର ଉଦଯାପିତ ସନ୍ଧ୍ୟା ଅବସରରେ ବୋରାସମ୍ବର ସ୍ପେଟିଙ୍ଗ ଭରତ ପଣ୍ଡା, ବିଜୟ ଦାସ, ଚିନ୍ମୟ ପାଣିଗ୍ରାହୀ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ସମାଜସେବୀ ପ୍ରଫେସର କୃଷ୍ଣ ମୋହନ ପଣ୍ଡା ଯୋଗଦେଇ ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ବାଦଳ ବିଶ୍ବାଲଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠଟି ଦଳ ଯୋଗଦାନ ଦେଉଛନ୍ତି। ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋରା ସମ୍ବର ଟ୍ରଫି, ଉପ ବିଜେତା ଦଳକୁ ୪୦ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି। ଆଜିର ଚତୁର୍ଥ ଦିନର ମ୍ୟାଚକୁ ଅମ୍ପାୟାର ବିଶ୍ବମ୍ବର ମହାକୁଡ ଓ ଅନିଲ ଦାଶ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରୁଥିଲେ। ଆସନ୍ତାକାଲି ଶୁକ୍ରବାର ପୋଲ ବିର ଦ୍ବିତୀୟ ମ୍ୟାଚ ବ୍ବେଷ୍ଟବେଙ୍ଗଲ ସାଇଲତା କ୍ରିକେଟ ଏକାଡେମୀ ଓ ଛତିଶଗଡ଼ ଫରେଷ୍ଟ କ୍ରିକେଟ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.