mobile header

କଲେଜ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କଟକ,(ନୃସିଂହ ଚରଣ ଦାସ ): ମାହାଙ୍ଗା ଜବାହରଲାଲ ନେହେରୁ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ । ଅଧ୍ୟକ୍ଷ ପ୍ରାଧ୍ୟାପକ ଅଜୟ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା କ୍ରୀଡା । ଉପସଭାପତି ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ଼ ପ୍ରତାପ କୁମାର ଚୌଧୁରୀ, ମହାବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ପ୍ରାଧ୍ୟାପକ ସଞ୍ଜୟ କୁମାର ଲେଙ୍କା, କ୍ରୀଡା ସହଯୋଗୀ ପ୍ରଫେସର ଦାଶରଥି ସ୍ୱାଇଁ, କ୍ରୀଡା ଶିକ୍ଷକ ନଗେନ୍ଦ୍ର ନାଥ ତ୍ରିପାଠୀ, ପ୍ରାଧ୍ୟାପକ ରବିନାରାୟଣ ବାରିକ, ପ୍ରାଧ୍ୟାପକ କୁମୁଦ ରଞ୍ଜନ ସିଂହ, ଡ଼ ଜୟଶ୍ରୀ ରାଉତ ଅଧ୍ୟାପିକା ମହେଶ୍ୱେତା ଲେଙ୍କା, ପ୍ରାଧ୍ୟାପକ ଶଶୀ ଭୂଷଣ ସ୍ୱାଇଁ, ଅଶୋକ କୁମାର ସାହୁ, ଅଶୋକ କୁମାର ସିଂହ , ଚିନ୍ମୟୀ ବେହେରା । ଅଧ୍ୟାପକ ଆଶିଷ କୁମାର ବରାଳ, ଅଧ୍ୟାପିକା ଚିନ୍ମୟୀ ସାହୁ, ଅଧ୍ୟାପକ ବାଇଧର ଦାସ, ଅଧ୍ୟାପକ ଭରତ ଦଳେଇ, ଅଧ୍ୟାପକ ଚିତ୍ତରଞ୍ଜନ ବରାଳ, ଦେବେନ୍ଦ୍ର ମହାନ୍ତି, ଅଧ୍ୟାପକ ରୁଦ୍ର ନାରାୟଣ ଦାଶ ପ୍ରମୁଖ ଯୋଗ ଦେଇ ଶିକ୍ଷାର୍ଥୀଙ୍କ ମୌଳିକ ମାର୍ଗଦର୍ଶନ କରିଥିଲେ। ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡ଼ାର ବିଶେଷତ୍ୱ ଓ ଗୁଣାତ୍ମକ ଦିଗପ୍ରତି ପିଲାଙ୍କୁ ସଚେତନ କରିଥିଲେ । ଶେଷରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.