ମାଲ୍ୟବନ୍ତ ମହୋତ୍ସବର ପ୍ରଥମ ସଂଧ୍ୟାରେ ଦୁଲୁକିଲା ମଞ୍ଚ

ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ- ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଲୋକ ମହୋତ୍ସବ ତଥା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ଆଜି ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣି ଓ ଇସ୍ପାତ ତଥା ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଯୋଗ ଦେଇଥିବା ବେଳେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଏସଡିସିର ଉପଦେଷ୍ଟା ପ୍ରଦୀପ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦର ଅଧ୍ୟକ୍ଷା ସମାରୀ ଟାଙ୍କୁଲ, ଏସଡିସି ଅଧ୍ୟକ୍ଷ ଆଡମା ରାବା, ଏସପି ନୀତିଷ ଆଧଵାନୀ, ସିଡିଓ ରତ୍ନାକର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ଜିଲ୍ଲାପାଳ ତଥା ସଂସ୍କୃତି ବିଭାଗର ଅଧ୍ୟକ୍ଷ ବିଶାଲ ସିଂ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରପୁତ୍ର ବିଜୁ ବାବୁଙ୍କ ଜିଲ୍ଲା ଗଠନ କରିବା ଏବଂ ରାଜ୍ୟର ବିକାଶ କ୍ଷେତ୍ରରେ ରହିଥିବା ଅବଦାନକୁ ମନେ ପକାଇଥିଲେ। ଏଥିସହ ମାଲକାନଗିରି ଜିଲ୍ଲାର ବିକାଶରେ ପୂର୍ତ୍ତ ବିଭାଗର ଅବଦାନକୁ ମଧ୍ୟ ବଖାଣିଥିଲେ। ଆଜି ଜିଲ୍ଲାରେ ରାସ୍ତା ବିଛେଇ ହୋଇ ରହିଥିବା କହିଥିଲେ। ଗୁରୁପ୍ରିୟା ସେତୁ ନିର୍ମାଣ ମୁଖ୍ୟମନ୍ତ୍ରୀଙ୍କର ସ୍ବପ୍ନ ରହିଥିବା କହିଥିଲେ। ସ୍ବାଭିମାନ ଅଞ୍ଚଳର ବିକାଶ ହେଉ ବା ଜିଲ୍ଲାର ବିକାସ ହେଉ ମୁଖ୍ୟମନ୍ତ୍ରୀ ମାଲକାନଗିରିକୁ ସ୍ବତନ୍ତ୍ର ଫୋକସରେ ରଖିଛନ୍ତି। ମାଲକାନଗିରି ଜିଲ୍ଲାର ବିକାଶ ସବୁବେଳେ ଚାହୁଁଥିବା ଏସଡିସିର ଉପଦେଷ୍ଟା ପ୍ରଦୀପ ମାଝି ଚାହୁଁଥିବା କହିଥିଲେ। ନିଜର ଜନ୍ମ ସ୍ଥାନ ନବରଙ୍ଗପୁର ଜିଲ୍ଲା ହୋଇଥିଲେ ମଧ୍ୟ ମୋର କର୍ମ ସ୍ଥାନ ହେଲା ମାଲକାନଗିରି ବୋଲି କହିଥିଲେ। ମାଲକାନଗିରି ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ଶ୍ରୀ ମାଝି ସେମାନଙ୍କର ବଳିଦାନ ବ୍ୟର୍ଥ ଯାଇ ନାହିଁ ବୋଲି କହିଥିଲେ। ସେହିପରି ସାଂସଦ ରମେଶ ମାଝି ମାଲକାନଗିରି ଜିଲ୍ଲା ସବୁବେଳେ ତାଙ୍କର ପ୍ରିୟ ଜିଲ୍ଲା ହୋଇ ରହିଥିବା କହିଥିଲେ। ସେ ଯେତେବେଳେ ବି ମାଲକାନଗିରି ଜିଲ୍ଲା ଆସନ୍ତି ନିଜର ମାତୃଭୁମୀ ଭଳି ମନେ ହେଉଥିବା କହିଥିଲେ। ସେହିପରି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବରେ ଏତେ ସଂଖ୍ୟାରେ ଜନସାଧାରଣଙ୍କ ଯୋଗଦାନକୁ ସେ ପ୍ରଶଂସା କରିଥିଲେ। ଜିଲ୍ଲାରେ ଲୁକ୍କାୟତ ଅବସ୍ଥାରେ ରହିଥିବା ପରଂପରାକୁ ଏହି ଉତ୍ସବ ଉଜ୍ଜିବିତ କରୁଥିବା କହିଥିଲେ। ଜିଲ୍ଲାପାଳ ବିଶାଲ ସିଂ ନିଜ ବକ୍ତବ୍ୟରେ ଜିଲ୍ଲାର ଏହି ପର୍ବ ଆଜି ଗଣପର୍ବ ପାଲଟିଥିବା କହିବା ସହ ଏହି ଅବସରରେ ଘୋଡା ଦୌଡ ସାରା ରାଜ୍ୟରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଥିବା କହିଥିଲେ। ଏହି ଅବସରରେ ସ୍ମରଣିକା ସପ୍ତଧାରାର ଉନ୍ମୋଚନ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କତିତ୍ବ ଲାଭ କରିଥିବା କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର ପ୍ରଥମ ସଂଧ୍ୟାରେ ଭୁବନେଶ୍ବରରୁ ଆସିଥିବା ଓଡିଶୀ ନୃତ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିବା ବେଳେ ମାଲକାନଗିରିର ବଣ୍ଡା ଓ କୋୟା ନୃତ୍ୟୁ, ହରିୟାନାର ଲୋକ ନୃତ୍ୟ, ଗଞ୍ଜାମର ରଣପା ନୃତ୍ୟ, ଆସାମର ବିହୁ ନୃତ୍ୟ, ତଣ୍ଡକି ଆଶ୍ରମ ବିଦ୍ୟାଳୟର ଲୋକ ନୃତ୍ୟ, କୋରାପୁଟର ଢେମସା ନୃତ୍ୟ, କୋଲକାତାର ନୁପୁର ଡ୍ୟାନସ, କନ୍ଧମାଳର ଲୋକ ନୃତ୍ୟ, ଭଞ୍ଜନଗରର ପଶୁ ନୃତ୍ୟୁ ସମସ୍ତଙ୍କୁ ଆକୃଷ୍ଟ କରିଥିଲେ।

Leave A Reply

Your email address will not be published.