ଭୁବନେଶ୍ବର: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୁତାର ଚଳିତ ବର୍ଷ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇବେ। ଗତ ବର୍ଷ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
ସତ୍ୟ ସୂତାର ଓଡିଶା ଛାଡି ବିଦେଶ ଆସିବାର ପାଖା ପାଖି ୧୨ରୁ ୧୩ବର୍ଷ ହୋଇ ଗଲାଣି। ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତ ସ୍ୱାଧୀନ କରିବାକୁ ଯାଇଥିଲେ। ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ବିଦେଶ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇ ସେ ଚିନ୍ତା କରିଥିଲେ। ସେଥିପାଇଁ ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେ ସବୁ ଦେଶ ଗୁଡିକୁ ଯାଇ ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳୀ ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣେଇବା ପାଇଁ ଗତ ବର୍ଷ ଠାରୁ ସେ ବିଦେଶ ମାଟିରେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି।