ସଂସଦରେ ସାଂସଦ ଦାବି ରଖିଥିଲେ: ଆଜି କୋଣ୍ଡାଦୋରା ମାନଙ୍କୁ ତଫସିଲଭୁକ୍ତ ଜନଜାତିରେ ସାମିଲ ପାଇଁ ମୂଳଦୁଆ ପଡିଲା

ଚିତ୍ରକୋଣ୍ଡା: ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପୂର୍ତ୍ତି ସତ୍ତ୍ଵେ ସୁଦ୍ଧା ଦଶନ୍ଧି ଦଶନ୍ଧି ଧରି ଆଦିବାସୀର ଜୀବନ ଶୈଳୀ, ଜୀବନ ଜୀବିକା ପାଇଁ ସଂଘର୍ଷ ସ୍ଵାଧୀନତା ପୂର୍ବରୁ ଅଦ୍ୟାବଧି ଜାରି ରହିଛି । ଏହି ଧାରାରୁ ବାଦ୍ ପଡ଼ି ନାହାନ୍ତି ଆଦିମ ଅଧିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ନାଗଲୁରୁ, ପାପୁଲୁର ଏବଂ କୁରୁମାନୁର ପଞ୍ଚାୟତର ହଜାରରୁ ଉର୍ଦ୍ଧ୍ୱ କୋଣ୍ଡାଦୋରା । ଏହି ସମ୍ପ୍ରଦାୟର ଆଦିବାସୀ ମାନେ ତଫସିଲଭୁକ୍ତ ଜନଜାତିର ମାନ୍ୟତା ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ସରକାର ଅବା ପ୍ରଶାସନଙ୍କ ତରଫରୁ ସେଭଳି କିଛି ସକାରାତ୍ମକ ଫଳାଫଳ ନ ପାଇ ନିରାଶ ହୋଇ ରହି ଆସୁଥିଲେ l ଉକ୍ତ ଦାବି ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଜାଣିବା ପରେ ଗତ ୨୩/୦୩/୨୦୨୦ ସଂସଦରେ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳର କୋଣ୍ଡାରେଡ୍ଡୀ ଓ କୋଣ୍ଡାଦୋରା ସଂପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦେବାପାଇଁ ଦାବି ଉପସ୍ଥାପନ କରିଥିଲେ । ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କ ଅନୁରୋଧକୁ ରକ୍ଷା କରି ଜାତୀୟ ଜନଜାତି ଆୟଗ ସଦସ୍ୟ ଅନନ୍ତ ନାୟକଙ୍କ ସହ ଡେପୁଟି ଡାଇରେକ୍ଟର ଆରଖ କେଦୁବ, ସଦସ୍ୟ ପି କେ ପଲାଇ ସହ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ପିଆଇଟିଡିଏ ତ୍ରିନାଥ ମାଝୀ, ତହସିଲଦାର ଟି ପଦ୍ମନାଭ ଦୋରା ଉପସ୍ଥିତ ରହି ପାପୁଲୁର, ନାଗଲୁରୁ ଓ କୁର୍ମାନୁର ଗ୍ରାମକୁ ଯାଇ କୋଣ୍ଡାରେଡ୍ଡୀ ଓ କୋଣ୍ଡାଦୋରା ଲୋକଙ୍କ ଚାଲିଚଳନି ଅନୁଧ୍ୟାନ କରିବା ସହ ଆଲୋଚନା କରିଥିଲେ । ତହସିଲଭୁକ୍ତ ଜନଜାତି ସାମିଲ କରାବା ପାଇଁ ବର୍ତ୍ତମାନ ଏକ ପ୍ରକାରର ପ୍ରସ୍ତୁତି ଆରମ୍ଭ କରାଯାଇଥିବା ସୂଚନା ମିଳିଛୁ । ଏହାକୁ ନେଇ କୋଣ୍ଡାରେଡ୍ଡୀ ଓ କୋଣ୍ଡାଦୋରା ଜନସାଧାରଣ କଥା ଦେଇ ଦାବି ରଖିଥିବାରୁ ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କୁ ଉପାନ୍ତ ଅଞ୍ଚଳ ବାସି ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ପ୍ରକାଶ ଥାଉ କି ୨୦୧୪ ପର ଠାରୁ ତୃତୀୟ ଥର ପାଇଁ ଗତ ସେପ୍ଟେମ୍ବର ୨୦୨୨ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ୧୬୦ଟି ସମ୍ପ୍ରଦାୟର ଆଦିବାସୀଙ୍କୁ ତଫସିଲ ଭୁକ୍ତ ଜନଜାତିର ମାନ୍ୟତା ପ୍ରଦାନ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାର ଫଳାଫଳ ସ୍ୱରୂପ ଗତ ୨୨ ଡିସେମ୍ବର ୨୦୨୨ ରେ ଓଡ଼ିଶାର କନ୍ଧ କୁମ୍ଭାର, ଯୋଡ଼ିଆ, ଚୁକ୍ତିଆ ଭୂୟାଁ, ସାର, ମାଙ୍କିଡିଆ, ପର୍ଜା, ବଣ୍ଡା, ପରଜା, ଦୁରୁଆ ତଥା ପାହାରିଆ ଭଳି ସମୁଦାୟ ୦୯ଟି ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ମିଳିବାରେ ଭାରତ ସରକାରଙ୍କ ତରଫରୁ ମୋହର ବାଜିଥିଲା । ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସଂସଦରେ ଉଠାଇ ଥିବା କୋଣ୍ଡାଦୋରା ଏବଂ କୋଣ୍ଡାରେଡି ମାନଙ୍କୁ ଆଦିବାସୀ ମାନ୍ୟତା ଦାବି ପୂରଣ ହେବା ପାଇଁ ଆଜି ମୂଳଦୁଆ ପଡିଛି l

Leave A Reply

Your email address will not be published.