ପହଙ୍ଗା ହାଇସ୍କୁଲର ୧୯୮୫ ବ୍ୟାଚ ବନ୍ଧୁ ମିଳନ

ଭୁବନେଶ୍ୱର: ତା ୧୫/୦୧ ରିଖ ଦିନ କଟକ ଜିଲ୍ଲା ନିଆଳି ବ୍ଲକର ପହଙ୍ଗା ହାଇସ୍କୁଲ ୧୯୮୫ ମସିହା ବନ୍ଧୁ ମିଳନ ପର୍ବ ଅର୍କକ୍ଷେତ୍ର କୋଣାର୍କ ଠାରେ (ମୈତ୍ରୀବିହାର ମଣ୍ଡପ) ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ୧୯୮୫ ମସିହାର ସମସ୍ତ ସାଙ୍ଗ ସପରିବାର ଯୋଗ ଦେଇ, ସୂର୍ଯ୍ୟ ମନ୍ଦିର, ନବଗ୍ରହ ମନ୍ଦିର, ପବିତ୍ର ଚନ୍ଦ୍ରଭାଗା ବେଳାଭୂମିକୁ ପରିଦର୍ଶନ କରି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସାକାର କରିଥିଲେ I ଦୀର୍ଘ ୩୮ ବର୍ଷର ବ୍ୟବଧାନରେ ପରସ୍ପର ପରିଚୟ ତଥା ସୁଖ ଦୁଃଖ ହୋଇଥିଲେ I ଏହି ସୁନ୍ଦର ପରିବେଶ ମଧ୍ୟରେ କିଛି ସମୟ ପାଇଁ ନୂଆ ଏକ ପହଙ୍ଗା ସ୍କୁଲର ସମୟିକ ରୂପାନ୍ତର ସମସ୍ତଙ୍କୁ ବିମୋହିତ କରୁଥିଲା I ସଭା କାର୍ଯ୍ୟ ପ୍ରାରମ୍ଭରେ ବାନ୍ଧବୀ ଅଧ୍ୟାପିକା ଶ୍ରୀମତୀ ଉର୍ମିଳା ସ୍ୱାଇଁ ଓ ବନ୍ଧୁ ଇଂ. ରମେଶ ଚନ୍ଦ୍ର ବିହାରୀଙ୍କର ତତ୍ଵାବଧାନରେ କିଛି ଦିବଂଗତ ବନ୍ଧୁଙ୍କ ଉଦେଶ୍ୟରେ ଶୋକ ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସେତେବେଳର ଅମୂଲ୍ୟ ସମ୍ପଦ ଗୁରୁ-ଶିଷ୍ୟ ଓ ବନ୍ଧୁ-ବାନ୍ଧବୀଙ୍କ ସମ୍ପର୍କ ବିଷୟରେ ଆଲୋଚନା କରାଯାଇଥିଲା । ପରେ ପରେ ବନ୍ଧୁ ଶ୍ରୀ ଟୁକୁ ବାରିକ (ଯୁଗ୍ମ ପ୍ରଶାସକ ଓଡ଼ିଶା ସରକାର), ଶ୍ରୀ ଅଜୟ ବିଶ୍ଵାଳ (ଆୟକର ବିଭାଗ ପ୍ରଦସ୍ଥ ଅଧିକାରୀ) ତଥା ଅନ୍ୟାନ୍ୟ ବନ୍ଧୁ ବାନ୍ଧବୀ ମାନେ ମତାମତ ରଖି ବନ୍ଧୁ ମିଳନ ପର୍ବକୁ ପହଙ୍ଗାରୁ ଉର୍ଦ୍ଧରେ ରଖି ଏକ ଅଗ୍ରଣୀ ଅନୁଷ୍ଠାନର ରୂପ ଦେବାକୁ ସେ ବିଷୟରେ ଆଲୋକପାତ କରିଥିଲେ। ସର୍ବୋପରି ଏ ମହାମିଳନ ପର୍ବକୁ ପୂର୍ଣ୍ଣାଙ୍ଗ ରୂପ ଦେଇ ଥିବା ବନ୍ଧୁ ତଥା ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ବିଜ୍ଞାନ ଓ ପ୍ରୟୋଗସାଳା ସରଞ୍ଜାମ ବ୍ୟବସାୟୀ ପ୍ରଶାନ୍ତ କୁମାର ରାଉତ, ବ୍ୟବସାୟୀ ଯଯାତି ମଲ୍ଲିକ, ସରକାରୀ ଶିକ୍ଷକ ବନ ବିହାରି ବିଶ୍ଵାଳ, ଶ୍ରୀ ଅଜୟ ମୁଦୁଲି, ମାନସ କୁମାର ରାଉତ, ଦେବବ୍ରତ ନାୟକ ଇତ୍ୟାଦି ଭୁୟଶୀ ପ୍ରଶଂସା କରିଥିଲେ । ଶେଷରେ ବାନ୍ଧବୀ ଶ୍ରୀମତୀ ଗୀତାଞ୍ଜଳି ବରାଳ, ଶ୍ରୀମତୀ କବିତା ପ୍ରଧାନ, ଶ୍ରୀମତୀ ମିନର୍ଭା ପାଢ଼ୀ ସମସ୍ତ ନିମନ୍ତ୍ରିତ ପରିବାର ବର୍ଗଙ୍କ ଯୋଗ ଦାନ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ଓ ଅସୁସ୍ଥ ଥିବା ବନ୍ଧୁ ଶ୍ରୀ ଯଶୋବନ୍ତ ପଣ୍ଡା ଓ ନିକଟରେ ଆରୋଗ୍ୟ ଲାଭ କରି ଥିବା ବନ୍ଧୁ ଶ୍ରୀ ପ୍ରକାଶ ବିଶ୍ଵାଳଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.