ଜଳବାୟୁ ପରିବର୍ତନର ପ୍ରଭାବ ଓ ବାୟୁ ପ୍ରଦୂଷଣକୁ ନେଇ ସୋଆରେ ୬ ଦିନିଆ ଏଫ୍‌ଡିପି

ଭୁବନେଶ୍ୱର, ୨୦/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଜଳବାୟୁ ପରିବର୍ତନର ପ୍ରଭାବ ଓ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ଏକ ୬ ଦିନିଆ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ (ଏଫ୍‌ଡିପି) ଅନୁଷ୍ଠିତ ହୋଇଯାଇଛି ।

“ସଷ୍ଟେନେବଲ କେମିଷ୍ଟ୍ରି ଫର୍ ଏନ୍‌ଭାଇରନ୍‌ମେଂଟାଲ୍ ପ୍ରୋଟେକ୍ସନ୍‌” ଶୀର୍ଷକ ଏହି କାର୍ଯ୍ୟକ୍ରମ ଜାନୁଆରୀ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ଏକାଡେମିକ୍ ଏବଂ ଗବେଷଣା ଅନୁଷ୍ଠାନର ବିଶିଷ୍ଟ ବିଶେଷଜ୍ଞମାନେ ଯୋଗ ଦେଇ ନିଜର ମତ ରଖିଥିଲେ ।

ମୁମ୍ବାଇ ଆଇଆଇଟିର ବିଶିଷ୍ଟ ବିଶେଷଜ୍ଞ ଡକ୍ଟର ହରିଶ ଫୁଲେରିଆ ବାୟୁର ଗୁଣାତ୍ମକ ସ୍ତର ବିଷୟରେ ଆଲୋଚନା କରି ନିଃଶ୍ୱାସ ପ୍ରଶ୍ୱାସରେ ଗ୍ରହଣ କରୁଥିବା ବାୟୁକୁ ନେଇ ଆମେ କେତେ ଉଦ୍‌ବିଗ୍ନ ତାହା ଉପରେ ମତ ରଖିଥିଲେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବାୟୁ କିପରି ମଣିଷ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ତାହା ଉପରେ ସେ କହିଥିଲେ ।

ଅହମ୍ବଦାବାଦ ଇସ୍ରୋର ବିଶେଷଜ୍ଞ ଡକ୍ଟର ସସ୍ମିତା ଚୌରାସିଆ ଜଳବାୟୁ ପରିବର୍ତନର ପ୍ରଭାବକୁ ଅନୁଧ୍ୟାନ କରିବା ନିମନ୍ତେ ବ୍ୟବହୃତ ରିମୋଟ ସେନ୍ସିଙ୍ଗର ପ୍ରୟୋଗ ବିଷୟରେ ଆଲୋଚନା କରିଥିଲେ । ରିମୋଟ ସେନ୍ସିଙ୍ଗର ବିଭିନ୍ନ ଜ୍ଞାନ କୌଶଳ ଏବଂ ପରିବେଶ ପ୍ରସଙ୍ଗ ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଧାନବାଦର ଆଇଆଇଟି (ଆଇଏସ୍‌ଏମ୍‌)ର ପ୍ରଫେସର (ଡକ୍ଟର) ସାରଭାନନ୍ ପିଚିଆ, ମୁମ୍ବାଇର ହୋମି ଭାବା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର (ଡକ୍ଟର) ରଘୁନାଥ ଆଚାର୍ଯ୍ୟ, ଖଡଗପୁର ଆଇଆଇଟିର ପ୍ରଫେସର (ଡକ୍ଟର) ଦେବବ୍ରତ ପ୍ରଧାନ, ଭୁବନେଶ୍ୱରସ୍ଥିତ ନାଇଜରର ପ୍ରଫେସର ଯୋଗେନ୍ଦ୍ରନାଥ ବେହେରା, ଭୁବନେଶ୍ୱର ସ୍ଥିତ ସ୍କୁଲ୍ ଅଫ୍ ଇନ୍‌ଫ୍ରାଷ୍ଟ୍ରକ୍ଟଚର, ଆଇଆଇଟିର ପ୍ରଫେସର (ଡକ୍ଟର) ଆର୍‌.ଆର୍‌. ଦାଶ, କୋଲକାତାର ଇଣ୍ଡିଆ ଆସୋସିଏସନ୍ ଫର୍ ଦ କଲ୍ଟିଭେସନ୍ ଅଫ୍ ସାଇନ୍ସର ପ୍ରଫେସର ତରୁଣ କୁମାର ମଣ୍ଡଳ, ଓଡ଼ିଶା ଷ୍ଟେଟ୍ ପଲ୍ୟୁସନ୍ କଂଟ୍ରୋଲ୍ ବୋର୍ଡର ଡକ୍ଟର ନିହାର ରଞ୍ଜନ ସାହୁ ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) କୁଳମଣି ପରିଡା ଏହି କାର୍ଯ୍ୟକ୍ରମରେ ପ୍ରମୁଖ ବକ୍ତାଭାବେ ଯୋଗ ନେଇଥିଲେ ।

ଆଇଟିଇଆର୍‌ର ରସାୟନ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ସୁଜାତା ମିଶ୍ର, ଫ୍ୟାକଲ୍ଟି ଅଫ୍ ଡେଭଲପ୍‌ମେଂଟ ପ୍ରୋଗ୍ରାମ୍ (ଏଫ୍‌ଡିପି)ର ସଂଯୋଜକ ପ୍ରଫେସର ଆଦିତ୍ୟ କିଶୋର ଦାଶ ଏବଂ ସହ ସଂଯୋଜକ ଡକ୍ଟର ଅବନ୍ତୀ ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.