ମାଲକାନଗିରିରେ ପାନୀୟ ଜଳ ଯୋଗାଣ ନିମନ୍ତେ ୬୩୯ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର ପାଇଁ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୁ ଜନତା ଦଳ
ମାଲକାନଗିରି,୨୧।୧: ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାର ବିଭିନ୍ନ ଗ୍ରାମରେ ନଳକୂପ ଦ୍ୱାରା ଜଳ ଯୋଗାଣ ପାଇଁ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ଜିଲ୍ଲାର ୬୧ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ଜିଲ୍ଲାର ୬୧ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପାଇଁ ଚାରଟି ବୃହତ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ମୋଟ ୬୩୯ କୋଟି ୨୭ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ଏହାଦ୍ୱାରା ଜିଲ୍ଲାର ୪୫୩ ଗୋଟି ଗ୍ରାମବାସୀଙ୍କ ସହ ୩,୧୩,୬୨୦ ଜଣ ଜନସାଧାରଣ ସୁଦ୍ଧ ପାନୀୟ ଜଳ ପାଇ ପାରିବୋ ଆଜି ମୁଖ୍ୟମନ୍ତ୍ରୀ ଏହା ଘୋଷଣା କଲା ପରେ ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏଥିରେ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ପୂର୍ୱତନ ବିଧାୟକ ମାନସମାଡକାମି, ବରିଷ୍ଠ ପରାମର୍ଶଦାତା ରାଜେନ୍ଦ୍ର ପଣ୍ଡା, ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ମହିଳା ନେତ୍ରୀ କମଳା ବରାଲ, ଦଳୀୟ କର୍ମୀ ସର୍ୱେଶ୍ୱର ବିଶୋଇ, ସୁନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।