ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜଟିଳ ଅପରେସନ: ୨୫ ବର୍ଷୀୟ ଯୁବକଙ୍କ ଡାହାଣ ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି

କଟକ: ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ହେଲା ଜଟିଳ ଅପରେସନ୍ । ଜଣେ ୨୫ ବର୍ଷୀୟ ଯୁବକଙ୍କ ହାତରେ ଲାଗିଲା ଗୋଡ ଆଙ୍ଗୁଠି । ଯୁବକଙ୍କ ଡାହାଣ ହାତର ବୁଢା ଆଙ୍ଗୁଠୀ ଆବଶ୍ୟକଠାରୁ ଛୋଟ ରହିଥିଲା । ତେଣୁ ତାଙ୍କୁ ବିଭିନ୍ନ କାମ କରିବାରେ ସମସ୍ୟା ହେଉଥିଲା । ଏ ନେଇ ଯୁବକଙ୍କ ପରିବାର ଲୋକ ଚିନ୍ତାରେ ରହିଥିଲେ । ଏହି ସମସ୍ୟାକୁ ନେଇ ପରିବାର ଲୋକ ଏସସିବି ଯାଇଥିଲେ ।

ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ସହ ଏନେଇ ଆଲୋଚନା କରିଥିଲେ । ଅପରେସନ୍ ପାଇଁ ଗୋଡର ଗୋଟିଏ ଆଙ୍ଗୁଠିକୁ କାଟିବାକୁ ପଡ଼ିବ ବୋଲି କହିଥିଲେ ଡାକ୍ତର । ଗୋଡର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠିକୁ କଟାଯାଇ ତାହାକୁ ଯୁବକଙ୍କ ହାତର ବୁଢା ଆଙ୍ଗୁଠି କରାଯାଇଥିଲା । ଦୀର୍ଘ ସମୟ ଧରି ଅପରେସନ୍ କରିବା ପରେ ଯୋଡି ହୋଇଛି କି ନାହିଁ ତାହା ଜାଣିବା ପାଇଁ ରୋଗୀଙ୍କୁ ନିରୀକ୍ଷଣରେ ରଖାଯାଇଥିଲା । ଏଭଳି ଅପରେସନ୍ ରାଜ୍ୟରେ ପ୍ରଥମ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର କହିଛନ୍ତି ।

Leave A Reply

Your email address will not be published.