ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ରାଜ୍ୟସ୍ତରୀୟ କନଭେନସନ ଅନୁଷ୍ଠିତ

ସ୍କିମ ୱାର୍କରଙ୍କୁ ୱାର୍କର ମାନ୍ୟତା ଓ ମାସିକ ସର୍ଵନିମ୍ମ ମଜୁରୀ ୨୬ ହଜାର ଟଙ୍କା ଦାବିରେ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ପହିଲା ଫେବୃୟାରୀରୁ ଅହୋରାତ୍ର ଧାରଣା

ହିତାଧିକାରୀଙ୍କୁ କେଶ ଟ୍ରାନ୍ସଫର ନାମରେ ବେପାରୀଙ୍କ ଦ୍ୱାରା ହିତାଧିକାରୀ ଲୁଣ୍ଠନ ପ୍ରସ୍ତାବ ବନ୍ଦ କର, ଭତ୍ତା ବୃଦ୍ଧି, ୱାର୍କର ମାନ୍ୟତା ସୁପରଭାଇଜର ପଦବୀର ଶତପ୍ରତିଥ ଅଙ୍ଗନୱାଡି ପଦୋନ୍ନତି ଓ ସାମାଜିକ

ନିରାପତ୍ତା ଦାବିରେ ବିଧାନସଭା ବଜେଟ ଅଧିବେଶନ ସମୟରେ ଅହୋରାତ୍ର ଧାରଣା ପାଇଁ ଦୃଢ ସଂକଳ୍ପ

ଭୁବନେଶ୍ୱର, ୨୩/୦୧: ଆଜି ଏ.ଆଇ.ଟି.ୟୁ.ସି. ସଂଯୁକ୍ତ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ରାଜ୍ୟସ୍ତରୀୟ କନଭେନସନ ଏ.ଆଇ.ଟି.ୟୁ.ସି. ରାଜ୍ୟ ସଭାପତି ତଥା ନିଖିଳ ଓଡିଶା କର୍ମୀ ସଂଘର ରାଜ୍ୟ ସଭାପତି ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଅଙ୍ଗନୱାଡି କର୍ମୀ, ମିନିକର୍ମୀ ଓ ସହାୟିକାଙ୍କ ସମେତ ସମସ୍ତ ସ୍କିମ ୱାର୍କରଙ୍କୁ ୱାର୍କର ମାନ୍ୟତା ଓ ମାସିକ ସର୍ଵନିମ୍ମ ମଜୁରୀ ୨୬ ହଜାର ଟଙ୍କା ସମେତ ସାମାଜିକ ନିରାପତ୍ତା ପ୍ରଦାନ ସମେତ ବିଭିନ୍ନ ଦାବିରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସମନ୍ଵୟ କମିଟି ଆହ୍ୱାନ ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧ ଓ ୨ ଫେବୃୟାରୀ ଅହୋରାତ୍ର ଗଣଧାରଣାକୁ ସଫଳ କରିବା ପାଇଁ ନିଷ୍ପତ୍ତି କରାଯାଇଛି। ସେହିଭଳି ହିତାଧିକାରୀଙ୍କୁ କେଶ ଟ୍ରାନ୍ସଫର ଆଳରେ ସ୍ୱଳ୍ପ ଟଙ୍କା ଦେଇ ଅସାଧୁ ବେପାରୀଙ୍କ ଦ୍ୱାରା ହିତାଧିକାରୀ ଶୋଷଣ କରିବାର ଷଡଯନ୍ତ୍ରକୁ ଏହି ବୈଠକରେ ଦୃଢ ନିନ୍ଦା କରାଯାଉଛି । ଅଙ୍ଗନୱାଡି କାର୍ଯ୍ୟକର୍ତ୍ତୀମାନଙ୍କୁ ୨୦୧୭ ମସିହାଠାରୁ ଆଉ ଭତ୍ତା ବୃଦ୍ଧି ନ କରି କାର୍ଯ୍ୟଭାର ବଢ଼ାଇ ଚାଲିଥିବାରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ପୋଷଣ ଟ୍ରାକର ନାମରେ ଅଙ୍ଗନୱାଡି ମହିଳା କର୍ମୀଙ୍କୁ ୨୪ ଘଣ୍ଟିଆ ସନ୍ଦେହ ନଜରରେ ରଖି ତାଙ୍କ ମାନବୀୟ ଅଧିକାର କ୍ଷୁଣ୍ଣ କରାଯାଉଛି । ପୋଷଣ ଟ୍ରାକର ବାବଦରେ ମାସିକ ଦେୟ ଦିଆଯାଉନାହିଁ । ନିମ୍ନମାନର ମୋବାଇଲ ଦେଇ ୨୪ ଘଣ୍ଟିଆ ସନ୍ଦେହ ନଜରରେ ରଖିବା ଘଟଣାରେ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଶତ ପ୍ରତିଶତ ପଦୋନ୍ନତି ଭିତ୍ତିରେ ଅଙ୍ଗନୱାଡି ପରିବାର ଭିତରୁ ସୁପରଭାଇଜର ନିଯୁକ୍ତି ଓ ସାମାଜିକ ନିରାପତ୍ତା ଦାବିରେ ଓଡିଶା ରାଜ୍ୟ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ଦାବି ପୂରଣ ପର୍ଯ୍ୟନ୍ତ ଅହୋରାତ୍ର ଦେବା ପାଇଁ ଦୃଢ ଆହ୍ୱାନ ଦିଆଯାଇଛି । ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ସାଧାରଣ ସମ୍ପାଦକ ହର ପ୍ରିୟ ସ୍ୱାଇଁ ଅଙ୍ଗନୱାଡି କାର୍ଯ୍ୟକର୍ତ୍ତୀମାନଙ୍କ ଅସୁମାରୀ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିବା ବେଳେ ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନା ୱାର୍କର, ମିନି ୱାର୍କର ଓ ସହାୟିକାମାନଙ୍କ ସମସ୍ୟା ସମାଧାନ ପାଇଁ ବିଭିନ୍ନ ଦାବି ଓ ଆନ୍ଦୋଳନର କୌଶଳ ସମ୍ପର୍କରେ ସୂଚନା ଦେଇଥିଲେ । ଏ.ଆଇ.ଟି.ୟୁ.ସି. ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ଏହି ସଂଗଠନର କଳେବର ୩୪୦ ପ୍ରକଳ୍ପକୁ ସମ୍ପ୍ରସାରଣ ପାଇଁ ଆହ୍ୱାନ ଦେଇଥିଲେ । ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ରାଜ୍ୟ ଉପସାଧାରଣ ସମ୍ପାଦକ ପ୍ରତିଭା ପାଲ, ବିଷ୍ନୁପ୍ରିୟ ଜେନା, ପୁଷ୍ପାଞ୍ଜଳି ସାହୁ, ସୌଦାମିନୀ ଦାଶ, ଲଷ୍ମୀପ୍ରିୟା ମହାପାତ୍ର, ନର୍ମଦା ନାହାକ, ଅଞ୍ଜନ ପଣ୍ଡା, ଜ୍ୟୋସ୍ନାମୟୀ ସାମନ୍ତରାୟ, ପଙ୍କଜିତା ଶବର, ଲଷ୍ମୀପ୍ରିୟା ଦାସ, ସଂଯୁକ୍ତା ସିଂହ, କମଳା ବାତ୍ରା, କମଳା ମୁର୍ମୁ, ମଳୟ ମଞ୍ଜରୀ ଜେନା, ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.