ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର ପାଇଁ ବ୍ଲକ ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ମାଲକାନଗିରି, ୨୩/୦୧/୨୩: ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମାଲକାନଗିରି ଜିଲ୍ଲା ପାଇଁ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଛି । ମାଲକାନଗିରି ଜିଲ୍ଲାର “୪” ବ୍ଲକ ମାଲକାନଗିରି, କାଲିମେଳା, ଖଇରପୁଟ ଓ ମାଥିଲି ବ୍ଲକରେ ୬୧ଟି ଗ୍ରାମ ପଞ୍ଚାୟତ ବାସୀଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୬୩୯ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାଲକାନଗିରି ସଦର ବ୍ଲକ ବିଜୁ ଜନତା ଦଳ ତରଫରୁ ମାଲକାନଗିରି ବ୍ଲକ ସମ୍ମିଳନୀ କକ୍ଷରେ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ସଦର ବ୍ଲକ ଅଧ୍ୟକ୍ଷା ଗୋୖରୀ ପଡ଼ିଆମୀ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ବି.କାମେଶ୍ୱର ରାଓ, ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ପଣ୍ଡା, ବିଜେଡି ନେତା ତଥା ମାଲକାନଗିରି ସଦର ବ୍ଲକ ସରପଞ୍ଚ ସଂଘ ସଭାପତି ଘାସି ନାୟକ, ବିଜେଡି ନେତା ଅଖିଳ ମଣ୍ଡଳ, ବିଜେଡି ଯୁବ ନେତା କଣ୍ଟେସ ପୋଟଲା, ବିଜେଡି ନେତା ଗାନ୍ଧି ପଣ୍ଡା ଓ ଯୁବ ନେତା ସଦାନନ୍ଦ ଖରା ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲାର ଅନେକ ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ପାନୀୟ ଜଳ ସମସ୍ୟା ଯେୀଗୁଁ ଝରଣା ଏବଂ ପୋଖରୀ ପାଣି ବ୍ୟବହାର କରି ଶହ ଶହ ଲୋକ ମେଲେରିଆରେ ମୃତ୍ୟୁବରଣ କରିଥିବା ନଜିର ଅଛିା ତେବେ ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାର ବିଭିନ୍ନ ଗ୍ରାମରେ ନଳକୂପ ଦ୍ୱାରା ଜଳ ଯୋଗାଣ ପାଇଁ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ଜିଲ୍ଲାର ୬୧ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ଏହାଦ୍ୱାରା ଜିଲ୍ଲାର ୪୫୩ ଗୋଟି ଗ୍ରାମବାସୀଙ୍କ ସହ ୩,୧୩,୬୨୦ ଜଣ ଜନସାଧାରଣ ସୁଦ୍ଧ ପାନୀୟ ଜଳ ପାଇ ପାରିବେ ।

Leave A Reply

Your email address will not be published.