ପରାକ୍ରମ ଦିବସରେ ରକ୍ତଦାନ

କଟକ,(ନୃସିଂହ ଚରଣ ଦାସ): ରକ୍ତଦାନ ମହତ ଦାନ । ଯାହାକୁ ପ୍ରାୟତଃ ସମସ୍ତେ ଅଳ୍ପ ବହୁତେ ଅନେକ ବୁଝିଛନ୍ତି । ରକ୍ତ ଲାଗି କାହାର ଯେପରି ଜୀବନ ନଯାଉ ତାହାକୁ ବୁଝିଥିଲେ ପତଞ୍ଜଳି ଯୋଗ ସମିତି । ଆଉ ପରାକ୍ରମ ଦିବସ ବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ରକ୍ତଦାନ ଶିବିର କରି ଯଥାର୍ଥତା ପ୍ରତିପାଦନ କରିଛି ସାଲେପୁର ପତଞ୍ଜଳି ଯୋଗ ସମିତି । ସମ୍ବାଦ- ଆମ ଓଡ଼ିଶା, ବ୍ୟାଙ୍କ ଅଫ ବରୋଦା ଓ ପତଞ୍ଜଳି ସମିତି ଦ୍ୱାରା ଏହି ରକ୍ତଦାନ ଶିବିରରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସାଲେପୁର ମଧୁସ୍ମୁତି ମଣ୍ଡପରେ ଆୟୋଜିତ ରକ୍ତଦାନ ଶିବିରରେ ପତଞ୍ଜଳି କିଶନ ସେଵା ସମିତି ରାଜ୍ୟ ପ୍ରଭାରୀ ସ୍ୱୟଂ ପ୍ରକାଶ ଦୋତକ ରଞ୍ଜନ ମହାପାତ୍ର ପୌରହିତ୍ୟି କରିଥିଲେ । ଭାରତ ସ୍ୱାଭିମାନ ସାଲେପୁର ପ୍ରଭାରୀ ପ୍ରତାପ କୁମାର ମହାନ୍ତିଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବାଦ ସାଲେପୁର ପ୍ରତିନିଧି ସାରଦା ପ୍ରସନ୍ନ ପଣ୍ଡା ପରିଚାଳନା କରିଥିଲେ । ଅତିଥି ଭାବେ ଯୁବ ଭାରତ ରାଜ୍ୟ ପ୍ରଭାରୀ ଅମୃତାଂଶୁ ପ୍ରଧାନ, ପତଞ୍ଜଳି ଯୋଗ ସମିତି ସହ ରାଜ୍ୟ ପ୍ରଭାରୀ ସୁନୀଲ ଶର୍ମା, ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଶିଶିର କୁମାର ଜେନା, କିଷାନ ସେବା ସମିତି ଜିଲ୍ଲା ପ୍ରଭାରୀ ନିମାଇଁ ଚରଣ ଜେନା, ଜିଲ୍ଲା ମିଡ଼ିଆ ପ୍ରଭାରୀ ସ୍ୱରୂପ ସାହୁ, ବ୍ୟାଙ୍କ ଅଫ ବରୋଦା ସାଲେପୁର ବିଏମ ପ୍ରକାଶ କୁମାର ମହାପାତ୍ର, ପ୍ରାକ୍ତନ ବିଇଓ ରଜନୀକାନ୍ତ ଦାଶ, ସମାଜସେବୀ ନବକିଶୋର କର ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସ୍ୱାସ୍ତ୍ୟ କର୍ମଚାରୀ ସନ୍ତୋଷ କୁମାର ଶତପଥୀ ଅତିଥି ପରିଚୟ ଓ ଏସ୍ପିଡ଼ିଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିନରେ ପାଳିତ ହେବ ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.