ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ କୋର୍ଟ କଗନିଜେନସ ଦେବା ପରେ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ କୋର୍ଟ ସାମ୍ନାରେ ସମସ୍ତ ସାକ୍ଷୀଙ୍କୁ ହାଜର କରାଇବା ପରେ ଜାନୁୟାରୀ ୨୪ ତାରିକ ଦିନ ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ସମେତ ଅନ୍ୟ ତିନି ଜଣ ସହଯୋଗୀଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ। ଆଜି ମନିଷ ଅଗ୍ରୱାଲଙ୍କ ଓକିଲ ୟୁବରାଜ ପାରିକ ସମେତ ଅନ୍ୟ ତିନି ଜଣ ସହଯୋଗୀଙ୍କ ଓକିଲ ମଧ୍ୟ ଆଜ ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇ ଆଉ ଏକ ତାରିଖ ପାଇଁ ଅନୁରୋଧ କରିଥିଲେ। ଏସଡିଜେଏମ କୋର୍ଟ ମଧ୍ୟ ଓକିଲଙ୍କର ଏହି ଅନୁରୋଧକୁ ରକ୍ଷା କରି ଆସନ୍ତା ଫେବୃୟାରୀ ୨୦ ତାରିଖ ଦିନ କୋର୍ଟରେ ମନିଷ ଅଗ୍ରୱାଲ ଏବଂ ଅନ୍ୟ ତିନି ଜଣ ସହଯୋଗୀଙ୍କୁ ହଜାର କରାଇବାକୁ ନିର୍ଦେଶ ଦେଇଥିଲେ ଜଣାପଡିଛି। ମନିଷ ଅଗ୍ରୱାଲଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲଙ୍କ ନାମରେ ଯିଏ ନୋଟିସ ପଠାଇଛନ୍ତି, ସେହି ନୋଟିସରେ ସର୍ଭିସ ପିଟିସନ ନଥିବା ହେତୁ ତାଙ୍କ ନାମରେ କି ଅଭିଯୋଗ ଲାଗିଛି ସେ ଜାଣିନଥିଲେ। ତେଣୁ ତାଙ୍କ ନାମରେ କେଉଁ ଅଭିଯୋଗ ରହିଛି ତାହା ଜଣାଇଲା ପରେ ସେ ଅନ୍ୟ ଏକ ତାରିଖରେ କୋର୍ଟରେ ଉପସ୍ଥିତ ହେବେ ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post