ବ୍ଳକ ଘେରାଉ ପାଇଁ ଚେତାବନୀ
ଖୁଣ୍ଟା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ତେଜିବାକୁ ଲାଗିଛି ରାଜନୀତି | ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଳକ ଭାଜପା ପକ୍ଷର ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ଵରରେ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ଗୋପବନ୍ଧୁ ନଗର ଭାଜପା ଦଳର ବ୍ଳକ ସଭାପତି ପ୍ରଦୀପ ପୁଥାଳଙ୍କ ନେତୃତ୍ଵରେ ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ନିହାରରଞ୍ଜନ ମୋଦୀଙ୍କ ସମେତ ବିଭିନ୍ନ ପଞ୍ଚାୟତର କର୍ମୀ ଯୋଗ ଦେଇଥିଲେ । ସେହିପରି ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରକାଶ ସରେନଙ୍କ ନେତୃତ୍ଵରେ ଖୁଣ୍ଟା ବ୍ଳକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତର କର୍ମୀମାନେ ଯୋଗ ଦେଇଥିଲେ । ଏ ଅବସରରେ ନେତୃଗଣ କେନ୍ଦ୍ର ସରକାର ଗରିବ ପରିବାରଙ୍କ ପାଇଁ ଆବାସଗୃହ ପ୍ରଦାନ କରୁଛନ୍ତି । ମାତ୍ର ରାଜ୍ୟ ସରକାର ଉକ୍ତ ଆବାସ ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଥିଲେ । ଏପରି କି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ତାଲିକାରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ବାଦ ପଡ଼ୁଥିବା ବେଳେ ପ୍ରିୟା ପୋଷଣ ନିତି ଅବଲମ୍ବନ କରି ଶାସକ ଦଳକୁ ସମର୍ଥୀତ କରୁଥିବା ଏବଂ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି । ଯାହାକୁ ଦଳ ପକ୍ଷରୁ ବିରୋଧ କରାଯିବା ସହ ଆଗାମୀ ୭ ଦିନ ମଧ୍ୟରେ ପ୍ରକାଶ ପାଇଥିବା ତାଲିକା ଶୋଂଷଧନ କରି ପ୍ରକୃତଯୋଗ୍ୟ ହିତାଧିକାରୀଙ୍କ ତାଲିକାରେ ସାମିଲ କରିବା ଦାବି କରିଥିଲେ । ଏବଂ ନେଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ଵର ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକର ଅତିରିକ୍ତ ଦାୟିତ୍ୱରେ ଥିବା ବିଡ଼ିଓ ମାନସ ରଞ୍ଜନ ସାମଲଙ୍କ ଜରିଆରେ ପ୍ରଦାନ କରିଥିବା ଜଣାଯାଇଛି । ତେବେ ୭ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଭାଜପା ଦଳ ପକ୍ଷରୁ ବ୍ଳକ ଘେରାଉ କରାଯିବା ସହ ଏହାର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । ତେବେ ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଆବାସ ଗୃହକୁ ନେଇ ଚାଲୁ ରହିଥିବା ଆରୋପ ପ୍ରତ୍ୟା ରୋପର ରାଜନୀତି ଏବେ ବେଶ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି କରିଛି ।