ସ୍କୁଲ ଚାଉଳ ନେଉଛି ବେପାରୀ

କଟକ,( ନୃସିଂହ ଚରଣ ଦାସ ): ପିଲାଙ୍କ ପାଇଁ ଆସୁଛି ଚାଉଳ । ହେଲେ ବିକ୍ରି ହେଉଛି ବେପାରୀଙ୍କୁ । ରାତିରେ ନୁହେଁ ଦିନରେ । ଯାହାକୁ ଧରିଥିଲେ ଗାଁ ଲୋକ । ସେପଟେ ବେପାରୀ ଓ ସ୍କୁଲ ଶିକ୍ଷକଙ୍କୁ ସୁରକ୍ଷା ଦେଉଛନ୍ତି ବିଇଓ ଓ ଥାନା ଅଧିକାରୀ। ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ଜାଗୁଳାଇ ସରକାରୀ ଉଚ୍ଚପ୍ରାର୍ଥମିକ ବିଦ୍ୟାଳୟ ମାଣୀନ୍ତ୍ରୀରେ ମଙ୍ଗଳବାର ଦିନ ନଅଟା ତିରିଶରେ ସ୍କୁଲ ଭିତରୁ ଜଣେ ବେପାରୀ ଚାଉଳ ଟିଭିଏସ ଗାଡ଼ିରେ ନେଉଥିଲା । ଯାହାକୁ ସ୍ଥାନୀୟ ୱାର୍ଡ ମେମ୍ବର ଧରିଥିଲେ । ବେପାରୀ ନିଜ ମୁହଁରେ କହିଥିଲା ଶିକ୍ଷକ ରାଜକିଶୋର ମୁଦୁଲି ଏବଂ ସେକସଫିଉଲା ଦୁଇଜଣ ଶିକ୍ଷକ ବିକିଛନ୍ତି। ମୁଁ ବେପାରୀ ଲୋକ ମୋତେ ଯିଏ ଧାନ ଚାଉଳ ବିକିବ ମୁଁ କିଣିବି। ଗ୍ରାମବାସୀ ଏନେଇ ସାଲେପୁର ଥାନାକୁ ଖବର ଦେଇଥିଲେ । ଥାନା କର୍ମଚାରୀ ଆସି ଚାଉଳ ଏବଂ ବେପାରୀକୁ ନେଇଥିଲେ ଥାନାକୁ । ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ କରିଥିଲେ ଦୁଇଜଣ ଶିକ୍ଷକଙ୍କ ନାଁରେ । ହେଲେ ଥାନାଧିକାରୀ ଏଫଆଇଆର ରଜୁ ନକରି ବିଇଓଙ୍କୁ ଇନକ୍ୱାରି କରିବାକୁ କହି ସଫେଇ ଦେଇଥିବା ବେଳେ ବିଇଓ ଜଗବନ୍ଧୁ ସତପଥି ଚୋର ଚାଉଳ ବେପାରୀ ଓ ସମ୍ପୃକ୍ତ ଶିକ୍ଷକଙ୍କୁ ଘଣ୍ଟ ଘୋଡାଉଛନ୍ତି। ଚୋରା ଚାଉଳ ବେପାରୀ ନିଜ ମୁହଁରେ ସ୍ୱୀକାର କରୁଛି ସାର ଚାଉଳ ବିକ୍ରି କରିଛନ୍ତି । ବିଇଓ କାହା ଚାପରେ ଦୋଷୀକୁ ଦଣ୍ଡ ନଦେଇ ଘଟଣାକୁ କାହା ଚାପରେ ଚାପି ଦେଉଛନ୍ତି । ବିଇଓ ସମ୍ପୃକ୍ତ ସ୍କୁଲ ଶିକ୍ଷକ ଓ ଚାଉଳ ଚୋରଙ୍କ ବିରୁଦ୍ଧରେ ପୋଲିସ କି ପଦକ୍ଷେପ ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

Leave A Reply

Your email address will not be published.