ଭାରତୀୟ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ଭାରତର ୭୪ତମ ସାଧାରଣତନ୍ତ୍ର ଦିଵସକୁ ସମ୍ଵିଧାନ ସୁରକ୍ଷା ଦିଵସ ଭାଵେ ପାଳନ କରାଗଲା

ଭୁଵନେଶ୍ଵର: ତା ୨୬/୧/୨୦୨୩: ଆଜି ଭାରତୀୟ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ପାର୍ଟିର ରାଜ୍ଯ କାର୍ଯ୍ଯାଳୟ ଭଗଵତୀ ଭଵନଠାରେ ଆମ ଦେଶର ସାଧାରଣତନ୍ତ୍ର ଦିଵସକୁ ଚଳିତ ଵର୍ଷ ସମ୍ଵିଧାନ ଵଞ୍ଚାଅ ଦିଵସ ଭାଵେ ପାଳନ କରାଯାଇଛି। ପାର୍ଟିର ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଜାତୀୟ ପତାକା ଉତ୍ତୋଳନ କଲାପରେ ଉପସ୍ଥିତ କମ୍ରେଡମାନେ ସାମୁହିକ ଭାଵେ ଜାତୀୟ ସଙ୍ଗୀତ ଗାନ କରିଥିଲେ।

ପତାକା ଉତ୍ତୋଳନ କରିଵା ପରେ ସମଵେତ ସାଥିଙ୍କୁ ଉଦଵୋଧନ ଦେଇ- କମ୍ରେଡ୍ ଅଭୟ ସାହୁ କହିଥିଲେ ଯେ ଗତ ଵେଶ କିଛି ଵର୍ଷ ଧରି ଶାସନ କ୍ଷମତାରେ ଥିଵା ଵର୍ଗ ଆମ ସମ୍ଵିଧାନ ଓ ଆମ ଗଣତନ୍ତ୍ର ଉପରେ ଆକ୍ରମଣ କରି ଚାଲିଛନ୍ତି। ଶାସକ ଵର୍ଗର ଆକ୍ରମଣ, ଆମ ସାଧାରଣତନ୍ତ୍ରର ଜନଗଣଙ୍କ ଦ୍ଵାରା, ଜନଗଣଙ୍କ ପାଇଁ, ଜନଗଣଙ୍କର ଵ୍ଯଵସ୍ଥା ଉପରେ କତିପୟ ରାହୁ ପୁଞ୍ଜିପତିମାନଙ୍କ ମାଲିକାନା ଜାହିର କରାଇଵା, ଏହି ରାହୁ ପୁଞ୍ଜିପତିଙ୍କ କ୍ରୀଡ଼ନକ ସାଜିଥିଵା ଶାସକ ଓ ପ୍ରଶାସକମାନଙ୍କ ଲୋଲୁପ ଦୃଷ୍ଟିରେ ଦେଶର ରାଷ୍ଟ୍ରୀୟ ସମ୍ପଦର ମାଲିକାନା ଜାହିର କରି ଚାଲିଛନ୍ତି। ଏହାର ସୁରକ୍ଷା ପାଇଁ ଆମ ସମ୍ଵିଧାନର ମୁଖଵନ୍ଧରେ ଥିଵା ଏହାର ସ୍ଵାଧୀନତା, ସାର୍ଵଭୌମତ୍ଵ, ସମାଜଵାଦ, ଧର୍ମନୀରପେକ୍ଷତାର ସୁରକ୍ଷା ସହ ଏହାର ସଂଘୀୟ ଵ୍ଯଵସ୍ଥା ଓ ନ୍ଯାୟ ପାଳିକା ଓ ଏହାର ଵିଭିନ୍ନତା ମଧ୍ଯରେ ଏକତାକୁ ସୁଦୃଢ଼ ରଖିବାର ସଂକଳ୍ପ ନେଵାକୁ ଆହ୍ଵାନ ଦେଇଥିଲେ। ଦେଶର ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇ ନଥିଵା ଵର୍ତ୍ତମାନର ଶାସକ ରାଷ୍ଟ୍ରୀୟ ସ୍ଵୟଂ ସେଵକ ସଂଘର ରାଜନୈତିକ ଦଳ ଵିଜେପି ଦେଶର ଜନଗଣଙ୍କ ବିରୋଧରେ ସଂଖ୍ଯଲଘୁ, ଦଳିତ, ଆଦିଵାସୀ, ଶ୍ରମିକ ଶ୍ରେଣୀ, କୃଷକ ଓ ଖେତ ମଜଦୁର,ଛାତ୍ର ଯୁଵ, ମହିଳା ଓ ଵୁଦ୍ଧିଜୀଵିଙ୍କ ଉପରେ ଆକ୍ରମଣ ଚଳାଇଛନ୍ତି ଵୋଲି କହିଥିଲେ। ଏହାର ମୁକାଵିଲା ପାଇଁ ସାମ୍ଵିଧାନିକ ଅଧିକାର ସୁରକ୍ଷା ହିଁ ଏହି ସାଧାଧଣତନ୍ତ୍ର ଦିଵସ ପାଳନର ସଫଳତା ପ୍ରତିପାଦନ କରିଵ ଵୋଲି ସେ କହିଥିଲେ। ଅନ୍ଯମାନଙ୍କ ମଧ୍ଯରେ ପାର୍ଟିର ଜାତୀୟ ସମ୍ପାଦକ କମ୍ରେଡ୍ ରାମ କୃଷ୍ଣ ପଣ୍ଡା, ପୁର୍ଵତନ ରାଜ୍ଯ ସମ୍ପାଦକ କମ୍ରେଡ୍ ଦିଵାକର ନାୟକ, ସମ୍ପାଦକମଣ୍ଡଳୀ ସଦସ୍ଯ କମ୍ରେଡ୍ କ୍ଷୀରୋଦ ସିଂହଦେଓ ଓ କମ୍ରେଡ୍ ଜୟନ୍ତ ଦାସ, ଭୁଵନେଶ୍ଵର ଅଞ୍ଚଳ ସମ୍ପାଦକ କମ୍ରେଡ୍ ସୁଧ ଜେନା, ଅଞ୍ଚଳ ସହ ସମ୍ପାଦକ କୈଳାସ ଚନ୍ଦ୍ର ପୁହାଣ, ଉଠାଦୋକାନୀ ସଂଘର ସୁଶାନ୍ତ ନାୟକ, ନିଶଙ୍କୁ ଷଣ୍ଢ, ପାର୍ଟି କାର୍ଯ୍ଯାଳୟ ସହାୟକ ଶିଵ ଚରଣ ଵେହେରା, ଯୁଵନେତା ଦେଵାଶିଷ ପରିଜା, ଵିଶ୍ଵଜୀତ ନାୟକ, ଚନ୍ଦନ ଵେହେରା, ରାଜଧାନୀ ଅଟୋ ଚାଳକ ସଂଘର ପ୍ରମୋଦ ପୃଷ୍ଟି, ଵାପୀ ସାମନ୍ତରା, ରମେଶ ଚନ୍ଦ୍ର ସାମନ୍ତରା, କାହ୍ନୁ ଚରଣ ଗିରି,ଅକ୍ଷୟ କୁମାର ମଙ୍ଗରାଜ,ପଠାଣୀ ସାମନ୍ତ ଵେହେରା, ସତ୍ଯଵାଦୀ ଵେହେରା ଓ ଘନ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.