ସମ୍ମାନୀତ ହେଲେ ୨ କାର୍ଗିଲ ଯୋଦ୍ଧା

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବ୍ଳକ ପ୍ରଶାସନ ପକ୍ଷରୁ କାର୍ଗିଲ ଯୁଦ୍ଧରେ ସାମିଲ ଥିବା ଦୁଇ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା ।
ଏହି ଅବସରରେ ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ବିଡ଼ିଓ ମାନସରଞ୍ଜନ ସାମଲ, ବିଏସଏସଓ ସଂଗ୍ରାମ କେଶରୀ ସାସମଲଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ଅଧ୍ୟକ୍ଷ ଶ୍ରୀ ନାଏକ ଜାତୀୟ ପତକା ଉତ୍ତୋଳନ କରିଥିଲେ । ବିଡିଓ ଶ୍ରୀ ସାମଲ ଏହି ପବିତ୍ର ରାଷ୍ଟ୍ରପର୍ବ ପାଳନର ଉଦେଶ୍ୟ ସଂମ୍ପର୍କରେ ସୁଚାଇଥିଲେ । ଏବଂ ଦେଶ ସ୍ଵାଧିନତା ସମୟରେ ସ୍ଵାଧିନତା ସଂଗ୍ରାମୀ ଓ ବର୍ତ୍ତମାନ ସମୟରେ ଦେଶ ମାତୃକାର ରକ୍ଷା ପାଇଁ ନିଜ ନିଜ ଜୀବନକୁ ଉତ୍ସର୍ଗ କରି ଦେଉଥିବା ଯବାନ ମାନଙ୍କ ବଳିଦାନ ଅବର୍ଣ୍ଣନୀୟ । ଏଣୁ ଆଜିର ପିଢ଼ୀ ଦେଶର ସମ୍ବିଧାନକୁ ସନ୍ମାନ ଦେବା ସହ ମାତୃଭୂମି ର ସେବା ପାଇଁ ଆଗେଇ ଆସିବା ସେହି ଦିନ ହିଁ ସାଧାରଣତନ୍ତ୍ର ଦିବସର ପ୍ରକୃତ ମୂଲ୍ୟାୟନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କାର୍ଗିଲ ଯୁଦ୍ଧରେ ସାମିଲ ଥିବା ଏବଂ ଶତୃପକ୍ଷ ଗୁଳି ଦ୍ଵାରା ଗୁରୁତର ହୋଇ ଥିଲେ ସୁଧା ଦେଶର ସୁରକ୍ଷା ପାଇଁ ଉକ୍ତ ସମୟରେ ଲଢ଼େଇ ଜାରି ରଖିଥିବା ମହାର ରେଜିମେଣ୍ଟର ପୂର୍ବତନ ହାବିଲଦାର ତଥା ବ୍ଳକ ଅଧିନ ସପନଚୁଆ ପଞ୍ଚାୟତ ସୁବର୍ଣ୍ଣମଞରୀ ଗ୍ରାମର ପ୍ରଧାନ ସିଂ ଏବଂ ବିହାର ରେଜିମେଣ୍ଟର ପୂର୍ବତନ ହାବିଲଦାର ବାଙ୍ଗରା ପଞ୍ଚାୟତ ସାତପୌଟିଆ ଗ୍ରାମର ଭୋଳାନାଥ ମାରାଣ୍ଡିଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଥିବା ବେଳେ ଦୁଇ ପୂର୍ବତନ ସାମରିକ କର୍ମଚାରୀ କାର୍ଗିଲ ଯୁଦ୍ଧ ସମୟର ପୁରୁଣା ସ୍ମତିଚାରଣ କରିଥିଲେ ।

Leave A Reply

Your email address will not be published.