କୋଟପାଡ: ଓଡ଼ିଶାରେ ପ୍ରଥମ ବାୟୋକୋଲ ପ୍ରୋଜେକ୍ଟ କୋଟପାଡ ଠାରେ ଉଦଘାଟିତ ହୋଇଯାଇଛି । ଏହି ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଲା ପରିବେଶ ପ୍ରଦୂଷଣକୁ ରକ୍ଷା କରିବା ଏବଂ ବେକାରୀ ସମସ୍ୟାକୁ ଗୁରୁତ୍ବ ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା । ଲୋକଙ୍କର ଅର୍ଥନୈତିକ ଅଭିବୃଦ୍ଧି ହେଲେ ରାଜ୍ୟ ଆଗକୁ ବଢିବ ବର୍ତ୍ତମାନ ସାରା ପୃଥିବୀରେ କୋଇଲା ଉତ୍ପାଦନକୁ ବନ୍ଧ କରିବା ପାଇଁ ସାରା ପୃଥିବୀରେ ବିଜ୍ଞାପନ ପ୍ରଚାର ଚାଲିଛି ବିଗତ ଦିନରେ ପ୍ୟାରିସ ଠାରେ କୋଇଲାର ଅପକାର ଉପରେ ଚର୍ଚ୍ଚା ହୋଇଥିଲା ପୃଥିବୀରେ ବିନା କୋଇଲାର କୌଣସି କାର୍ଯ୍ୟ କରିବା ଅସମ୍ଭବ ତେଣୁ ନୂଆ ପ୍ରୋଜେକ୍ଟ ବାୟୋକଲ କୃଷି ପ୍ରତି ଲୋକଙ୍କ ଚାହିଦା ବୃଦ୍ଧି ହେବ ବୋଲି ମତ ପ୍ରକାଶ ପାଇଛି । ଏହା ହେବା ଦ୍ଵାରା ଲୋକଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ ଏହି ଅଳ୍ପଦିନ ତଳେ କୋଇଲାକୁ ବନ୍ଦ କରିବା ପାଇଁ ଶେଷ ପର୍ଯ୍ୟାୟରେ ନିଷ୍ପତି ପହଞ୍ଚିଛି । ଏହା ବଦଳରେ ପରିବେଶ ପ୍ରଦୂଷଣ ନ ହୋଇ ବାଇଓକୋଲ୍ ପ୍ରସ୍ତୁତ ଉପରେ କେନ୍ଦ୍ର ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ।ବର୍ତମାନ କୋଇଲାରୁ ୬୦ରୁ ୭୦ ଭାଗ ସଲ୍ଫର୍ ବାହାରୁ ଥିବା ବେଳେ ବାୟୋକଲରେ ୦ ଭାଗ ସଲଫାର ବାହାରୁଛି । ବର୍ତ୍ତମାନ କୋଇଲାରୁ ଏକ ଟନରୁ ୪୦୦ କେଜି ଆସ ଏବଂ ବାୟୋରୁ ୦.୨୫ ଆସ ବାହାରୁଛି । ବର୍ତ୍ତମାନ ପଞ୍ଚାୟତସ୍ତରରେ ଏମବିପି ତିଆରି ହେବ କୋଟପାଡ ବ୍ଲକରେ ୧୭ଟି ପଞ୍ଚାୟତ ଅଛି । ପ୍ରଥମ ଥର ଏହି ଜାଗାରେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ ବର୍ତ୍ତମାନ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କକର କମଳରେ ଏହାର ଦାୟିତ୍ଵ ନିର୍ବାହ ପାଇଁ ଦାୟିତ୍ଵ ଦିଆଯାଇଛି । ଏହାର ସଫଳ ରୂପାୟନ ହେଲେ ପରିବେଶର ରକ୍ଷଣ ସହ ବେରୋଜଗାରଙ୍କୁ ନିଯୁକ୍ତି ମିଳିବ ଏବଂ ଚାଷୀ ଅନ୍ତତ୍ ପକ୍ଷେ ବର୍ଷକୁ ୧ ଲକ୍ଷ ଟଙ୍କା ଲାଭ ପାଇବେ । ଏଣୁ ସମସ୍ତ ଚାଷୀ ନିଜର ଭବିଷ୍ୟତ ସୁରକ୍ଷା ପାଇଁ ଜମିରେ ଏହି ଘାସ ଲଗେଇବା ପାଈଁ କମ୍ପାନୀର ମୁଖ୍ୟ ଆହ୍ଵାନ ଦେଇଥିଲେ । ଏହାର ମୁଖ୍ୟ ଅତିଥି ଭାବେ ବିଧାୟିକା ପଦ୍ମିନୀ ଦିଆନ, ଏସଡିସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ଓକିଲ ସଂଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ଯୁବ କାଉନସିଲର ଟିକୁ ବିଶୋଇ, କଂଗ୍ରେସ ନେତା ମୋନୋହର ବିଶୋଇ, ହରିଶ ପଟ୍ଟନାୟକ, କଲୁ ମାଝୀ, ୟୁସୁଫ ଅଲ୍ଲୀ, ଶଙ୍କର ପଣ୍ଡା, ଘନ ବିଶୋଇ, ନବୀନ ବିଶୋଇ, ବାପୁନ୍ ତ୍ରିପାଠୀ, ନଗରପାଳ ଏମ ଶଙ୍କର ରାଓ, ବିଜେଡି ନେତା ପଙ୍କଜ ପାତ୍ର, ପ୍ରଦୀପ ବକ୍ସି, ସାମ୍ବାଦିକ ବନ୍ଧୁ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post