ଅଭିଭାବକ ଓ ଶିକ୍ଷକମାନଙ୍କର ବନ୍ଧୁ ମିଳନ

କାଲିମେଳା, ତା ୨୮/୧: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ପ୍ରଥମ ଥର ପାଇଁ ରାଜ୍ୟବ୍ୟାପୀ ଅଭିଭାବକ ଓ ଶିକ୍ଷକମାନଙ୍କର ମଧ୍ଯରେ ବନ୍ଧୁମିଳନ କାର୍ଯ୍ଯକ୍ରମ ଆନୁଷ୍ଟାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଅନୁଷ୍ଠିତ ସଭାରେ ଉପସ୍ଥିତ ଅଭିଭାବକ ମାନଙ୍କୁ ମଞ୍ଚାସୀନ ଶିକ୍ଷକମାନେ କିପରି ଛାତ୍ର ଛାତ୍ରମାନଙ୍କର ଶିକ୍ଷା କ୍ଷେତ୍ରରେ ଆଗ୍ରହ ଓ ଉନ୍ନତିକରଣ କରାଯାଇପାରିବ। ଓ ଆଉ ଯେମିତି ଛାତ୍ରଛାତ୍ରୀମାନେ ନିୟୋମିତ କଲେଜର ଉପସ୍ଥିତ ହେଉଛନ୍ତି କି ନାହିଁ ସେଥିପ୍ରତି ପିତାମାତାଙ୍କ ନଜର ରଖିବ ଦରକାର ଓ କଲେଜରେ ୧୦ରୁ ୨ଟା ପର୍ଯ୍ୟନ୍ତ କ୍ଲାସ କରିକି ଆସିଲା ପରେ ଘରେ ପାଠ ପଡୁଛି କି ନାହିଁ ଓ ଖାଲି ସମୟରେ କଣ କରୁଛି ଓ କୁଆଡ଼େ ଯାଉଛି ଓ କେଉଁ ପ୍ରକାରର ସାଙ୍ଗ ମାନଙ୍କ ସହିତ ମିଳାମିଶା କରୁଛିନ୍ତ ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ। କିପରି ଛାତ୍ର ଛାତ୍ରମାନେ ଭଲ ରେଜଲ୍ଟ କରି ନିଜ ଗୋଟିଏ ସୁନ୍ଦର ଭବିଷ୍ୟତ ଗଢିପାରିବେ ଓ ନୈତିକ ଶିକ୍ଷାର ବିକାଶ କିପରି କରିପାରିବେ ସେ ନେଇ ଆଲୋଚନା ହୋଇଥିଲା କିପରି ନିଜର, ଓ ପରିବାର ସହିତ କଲେଜର ସୁନାମ ଅର୍ଜନ କରିପାରିବେ ସେ ନେଇ ଆଲୋଚନା କରାଯାଇଥିଲା। ଓ ଅନେକ ଅନୁସୂଚିତ ଜାତି, ଜନଜାତିର ଛାତ୍ର ଛାତ୍ରୀ ମାନେ ଷ୍ଟାଇପେଣ୍ଟ ପାଇବାରେ ବଞ୍ଚିତ ରହୁଛନ୍ତି ସେ ନେଇ ଅଧିକାଂଶ ଅଭିଭାବକ ମାନଙ୍କ ନିକଟ କିଛି ଖବର ନାହିଁ ସେମାନେ କେମିତି ଷ୍ଟାଇପେଣ୍ଟ ପାଇବେ ସେଥିପାଇଁ ଅଭିଭାବକ କଣ କରିବାର ଦରକାର ଓ କଲେଜ କ୍ଯାମ୍ପସ ଭିତରେ ବାହାର ପିଲାଙ୍କ ପ୍ରବେଶ ନିଷେଧ କରିବା ଓ ରେଗିଙ୍ଗ ପ୍ରତି ଧ୍ୟାନ ଦେବା ସହିତ ଓ କଲେଜ ଯେମିତ ରେଗିଙ୍ଗ ନ ହୁଏ ସେ ନେଇ ଆଲୋକପାତ କରାଯାଇଥିଲା । କିପରି ଛାତ୍ର ଛାତ୍ରୀମାନଙ୍କୁ ପାଠପଢା ପ୍ରତି ଆଗ୍ରହ କରାଇବା ସେ ଦିଗରେ ଶିକ୍ଷକମାନଙ୍କର ଓ ଅଭିଭାବକ ମାନଙ୍କର ପୂଣ୍ଣ ସହଯୋଗ କରିବା ସମ୍ପର୍କରେ ପୂକ୍ଙ୍କାନୁପୂଙ୍କ ଆଲୋଚନା କରାଯାଇଥିଲା କିପରି କଲେଜର ଉନ୍ନତିକରଣ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ତତ ସଙ୍ଗେ ସଙ୍ଗେ ଏ ନେଇ ଅଭିଭାବକ ମାନଙ୍କର ମଧ୍ଯ ମତାମତ ନିଆଯାଇଥିଲା ଛାତ୍ର ଛାତ୍ରୀମାନଙ୍କ ସକାଶେ। ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ସମାନ ଘଣ୍ଟେ ବେଳେ ପଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା କାଳ ଚାଲିଥିଲା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଏ ଅବସରରେ ୫୦ରୁ ଉର୍ଦ୍ଧ ଅଭିଭାବକ ମାନେ ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମରେ ଯୋଗଦେଇ ଥିଲାବେଳେ ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରିନ୍ସିପାଲ ହିମାଂଶୁ କୁମାର ଦତ୍ତ ସଭାପତିତ୍ବ କରିଥିଲା ବେଳେ ଅର୍ଥନୈତିକ ଶିକ୍ଷକ ହିମାଂଶୁ ଶେଖର ବୈଦ୍ୟ, ସାହିତ୍ୟ ଶିକ୍ଷକ ଡକ୍ଟର ପ୍ରଭାତ କୁମାର ସୁତାର, ରାଜନିତି ବିଜ୍ଞାନ ଶିକ୍ଷକ ଡକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର, ସାମାଜ ବିଜ୍ଞାନ ଶିକ୍ଷକ ସୁଧାମ ଚରଣ ମହାଳିକ, ଏଜୁକେସନ (ଶିକ୍ଷା)ଶିକ୍ଷକ ବିମଲ କୁମାର ସାହୁ ଓ ଖେଳ ଶିକ୍ଷକ ସହଦେବ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଓ ସଭା ପରିଶେଷରେ ସମାଜ ବିଜ୍ଞାନ ଶିକ୍ଷକ ସୁଧାମ ଚରମ ମହାଳିକ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।

Leave A Reply

Your email address will not be published.