କଟକ,( ନୃସିଂହ ଚରଣ ଦାସ ): ସ୍କୁଲ ପଲିସ ଏବେ କଲେଜରେ । ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଅଭିଭାବକଙ୍କ ସହଯୋଗ ଲୋଡିଲା ଗଣଶିକ୍ଷା ବିଭାଗ । ବିଭାଗୀୟ ନିର୍ଦେଶକ୍ରମେ ଅଭିଭାବକ ଓ କଲେଜ କତ୍ତୃପକ୍ଷଙ୍କୁ ନେଇ କରାଯାଉଛି ସମ୍ମିଳନୀ । ଏନେଇ ଶନିବାର ମାହାଙ୍ଗା ବ୍ଲକର ପୁଷ୍ପଗିରୀ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା ସମ୍ମିଳନୀ । କଲେଜ ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବେହେରା ସଭାରେ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଓ ପ୍ରାଧ୍ୟାପକ ସୁଧାଂଶୁ ଶେଖର ଷଢଙ୍ଗୀ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ପିଲାଙ୍କ ଗୁଣାତ୍ମକ ବିକାଶ ଦିଗରେ ଅଭିଭାବକଙ୍କ ଭୂମିକା ସମ୍ପର୍କରେ ଅଧ୍ୟକ୍ଷ ଆଲୋଚନା କରିଥିଲେ । ସମ୍ମିଳନୀରେ ବହୁ ଅଭିଭାବକକ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ଅଧ୍ୟାପକ ମନୋରଞ୍ଜନ ବେହୁରା, ଅଧ୍ୟାପକ ଡମ୍ବରୁଧର ସାହୁ, ପ୍ରାଧ୍ୟାପକ ଅବନୀ ରଂଜନ ନାୟକ ବିଭାଗୀୟ ନିର୍ଦେଶ ଓ ପିଲାଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ସମ୍ପର୍କରେ ଯୁକ୍ତି ବାଢିଥିଲେ । ଶେଷରେ ଅଧ୍ୟାପକ ନିତ୍ୟାନନ୍ଦ ସାମଲ ଧନ୍ୟବାଦ ଦେଇଥିଲେ । ଏଭଳି ଭାବେ ଅଧ୍ୟାପକ ଓ ଅଭିଭାବକଙ୍କ ସମ୍ମିଳନୀ ବାରମ୍ବାର କରାଗଲେ ନିଶ୍ଚିତ ଭାବେ ପିଲାଙ୍କର ବିକାଶ ହେବ ବୋଲି ମତ ପ୍ରକାଶ ପାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post