ଖୁଣ୍ଟା: ଏକ ଦୁଃଖଦ ଘଟଣାକ୍ରମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପି ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଯାହାକୁ ନେଇ ଖୁଣ୍ଟା ସ୍ଥିତ ମିନି ଷ୍ଟାଡ଼ିୟମ ପରିସରରେ ଥିବା ହନୁମାନ ମନ୍ଦିରରେ ଖୁଣ୍ଟା ବ୍ଳକ ବିଜେଡ଼ି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ବ୍ଳକ ବିଜୁ ଜନତା ଦଳର ବ୍ଳକ ସଭାପତି ତଥା ପୂର୍ବତନ ବ୍ଳକ ଉପାଧ୍ଯକ୍ଷ ଶିଦ୍ଧନାଥ ସରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପୁସ୍ପଲତା ମାରାଣ୍ଡି, ୧୨ ଓ ୧୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ମୁର୍ମୁ, ସୁନୀତି ମାରଣ୍ଡି, ବରିଷ୍ଠ କର୍ମୀ ଶୁଶାନ୍ତ ଆଚାର୍ଯ୍ୟ, ଯୁବ ସଭାପତି ଶୁଶାନ୍ତ ପସାଙ୍କ ସମେତ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ସଭାପତି ଓ କର୍ମୀମାନେ ଯୋଗ ଦେଇଥିଲେ । ଇତ୍ୟବସରରେ ସ୍ଵର୍ଗତ ମନ୍ତ୍ରୀ ନବ ଦାସଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ଏପରି ଏକ ଦୁଃଖଦ ଘଟଣାରେ ମୃତ୍ୟୁବରଣକୁ ନେଇ ଶୋକବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତାଙ୍କର ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ । ଶ୍ରୀ ଦାସଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଅପୁରଣୀୟ କ୍ଷେତି ବୋଲି ନେତୃଗଣ କହିଥିଲେ । ଏବଂ ତାଙ୍କର ଅମର ଆତ୍ମାର ଶାନ୍ତି କାମନା କରି ହନୁମାନ ମନ୍ଦିରରେ ଦୀପ ଦାନ କରାଯିବ ସହ ୨ ମିନିଟର ନୀରବ ପ୍ରାର୍ଥନା କରାଯିବା ସହିତ ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.