ଜନନୀ ଯନ୍ତ୍ରଣା

ଚିତ୍ରକୋଣ୍ଡା, ୩୧/୦୧/୨୩: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପୁଲୁର ପଞ୍ଚାୟତର ନାଏଡ଼ାଗୁଡାରେ ପୁଣି ଜନନୀ ଯନ୍ତ୍ରଣା। ଭାନୁ ଶୀଶା ସ୍ୱାମୀ ରାମଚନ୍ଦ୍ର ଶୀଶା, ଯନ୍ତ୍ରଣା ଆରମ୍ଭ ହେବାରୁ ନିକଟସ୍ତ ପାପୁଲୁର ମେଡିକାଲରେ ଯୋଗାଯୋଗ କରି ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ ଆଶାଦିଦି ନିଳିମା ଖିଲ। କିନ୍ତୁ ଆମ୍ବୁଲାନ୍ସ ଆସିବା ମନାକରିବାରୁ ଏକ ଚାଙ୍ଗୁଡ଼ି(ଟୋକୋଇ) ମାଧ୍ୟମରେ ୮ କିଲୋମିଟର ବୋହି ବୋହି ଆଣିଲେ। ବୋହି ଆଣିବା ସମୟରେ ବାଟରେ ପୁଅ ଜନ୍ମ କରାଇଛନ୍ତି ଭାନୁ ଶୀଶା କିନ୍ତୁ ଆଶା କହିବା ଅନୁଯାୟୀ ପ୍ରସବ ପରେ ଫୁଲ, ଦଳ ଆଦି ଅଟକି ଯାଇଥିଲା। ଭାନୁ ଶୀଶା ବିପଦରେ ସମ୍ମୁଖିନ ହେବା ଜାଣି ପାପୁଲୁର ମେଡିକାଲ ଆସିଲେ। ପାପୁଲୁର ମେଡିକାଲ ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର, ନର୍ସ ବା ଆମ୍ବୁଲାନ୍ସ ଡ୍ରାଇଭର ନଥିବାରୁ ଗାଡି ପାଇଁ ରାସ୍ତା ଅପେକ୍ଷା କରୁଥିବା ସମୟରେ ଚିତ୍ରକୋଣ୍ଡା ମେଡିକାଲ ଆମ୍ବୁଲାନ୍ସ ରୋଗୀ ଛାଡିବାକୁ ଯାଇଥିଲା। ସଂଯୋଗ ବସ୍ଥ ସେହି ଆମ୍ବୁଲାନ୍ସ ପାଇ ଚିତ୍ରକୋଣ୍ଡା ଆସିଥିଲେ। ରାମଚନ୍ଦ୍ର ଶୀଶା ଭାନୁ ଶୀଶା ସ୍ୱାମୀ ଆମ୍ବୁଲାନ୍ସ ଡାଇଭର ଅତିରିକ୍ତ ଟଙ୍କା ମାଗିଥିଲେ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଆମ୍ବୁଲାନ୍ସ ଆଣିନଥିଲା ଆମ୍ବୁଲାନ୍ସ ଡ୍ରାଇଭର। ପାପୁଲର ଡାକ୍ତର ଓ ଡ୍ରାଇଭର ଵିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ରାମଚନ୍ଦ୍ର ଶୀଶା।

Leave A Reply

Your email address will not be published.