mobile header

୩ ଜଣ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ମାଲକାନଗିରି: ଆଜି ଜିଲ୍ଲା ଦୌରା ଜଜ ଅଜନ୍ତା ଷଡଙ୍ଗୀ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ୩ ଜଣ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୦୧୯ ମସିହାରେ ମାଲକାନଗିରିରୁ କଟକ ବସରେ ୪୦ କିଲୋ ଗଞ୍ଜେଇ ନେଉଥିବା ବେଳେ ଅବକାରୀ ବିଭାଗର ଏସଆଇ ଦୀଲିପ ନାୟକଙ୍କ ନେତୃତ୍ବରେ ଚଢାଉ କରାଯାଇ ଗଞ୍ଜେଇ ଜବତ କରାଯିବା ସହ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଥିଲା। ଏମାନେ ହେଲେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳର ଅନିକେଶ ପ୍ରସାଦ, ସରସ୍ବତୀ ହାରଦାର ଏବଂ ନିଳୀମା ବିଶ୍ବାସ। ଅବକାରୀ ଏସଆଇ ଏସ.ଜଗା ରାଓ ଏହାର ତଦନ୍ତ କରୁଥିଲେ। ଆଜି ଜିଲ୍ଲା ଦୌରା ଜଜ ଅଜନ୍ତା ଷଡଙ୍ଗୀ ସମସ୍ତ ସକ୍ଷା ପ୍ରମାଣକୁ ଭିତ୍ତି କରି ଏହି ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ଲେଖାଏଁ କାରା ଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ପୁଣି ୬ ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି। ଏହି କେଶକୁ ସରକାରୀ ଓକିଲ ବିଜୟ କୁମାର ମହାନ୍ତି ପରିଚାଳନା କରୁଥିଲେ।

Leave A Reply

Your email address will not be published.