କୋଟପାଡ଼: ଆଜି ସହରର ସବୁ ଅଞ୍ଚଳରୁ ଉପସ୍ଥିତ ଥିବା ମୁଖିଆ ମାନଙ୍କ ଗ୍ରହଣରେ ଶଙ୍କର ପଣ୍ଡାଙ୍କ ପ୍ରସ୍ତାବ ପୁରୁଣା କମିଟିକୁ ଚାଲୁ ରଖିବା ପାଇଁ ଥିଲା । ଏହି ପ୍ରସ୍ତାବକୁ ଜିତେନ୍ଦ୍ର ନାଥ ମହାପାତ୍ର ସମର୍ଥନ କରିଥଲେ । ଏହାପରେ ଶତାଧିକ ଯୁବକ କରତାଳି ଦେଇ ସମର୍ଥ କରିଥଲେ । ଏହି ସଭାରେ ସଭାପତି ଭାବେ ମଣି ପ୍ରସାଦ ପଟ୍ଟନାୟକ, ଉପ ସଭାପତି ଭାବରେ ସୁଧୀର ଚନ୍ଦ୍ର ମହାନ୍ତି, ସମ୍ପାଦକ ଭାବେ ରାମେଶ୍ବର ଜେନା, କୋଷାଧ୍ୟକ୍ଷ ଭାବେ ବିନାୟକ ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପଙ୍କଜ ପାତ୍ର, ଅଜୟ ମିଶ୍ର, ବାବୁଲି ନାୟକ, ବିଶ୍ଵ ତ୍ରିପାଠୀ, ମିନୁ ରଥ, ଦୀପକ ପଟ୍ଟନାୟକ, କିରଣ ପଟ୍ଟନାୟକ, ରସ୍ତୁ ମାଝୀ, ଅଖି ସ୍ୱାଇଁ, ଭୀମ ସ୍ୱାଇଁ, ଗୁପ୍ତ ସ୍ୱାଇଁ, ଲମ୍ବୂ, ସାନୋ ପେଟା, ସନ୍ତୋଷ ସ୍ୱାଇଁ, ନଗର ପାଳ ଏମ ଶଙ୍କର ରାଓ, ଈଶ୍ୱର ମହାନ୍ତି, ଦେବେନ୍ଦ୍ର ବୈଦ୍ୟ, ପିଙ୍କୁ ସ୍ୱାଇଁ, ବିଷ୍ଣୁ, ହର, ରାମେଶ୍ବର ସ୍ୱାଇଁ, ବାବୁଲା ମିଶ୍ର, କିଶୋର ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଆଣ୍ଡାମାନ କମିଟି ସଭାପତି ତହସିଲଦାର ଶକ୍ତି ମହାପାତ୍ର, ହରିଶ ପଟ୍ଟନାୟକ ପ୍ରମୁଖ ରହି ଯାତ୍ରାର ସବୁ କାର୍ଯ୍ୟ ଅତି ସୁରୁଖୁରୁ ରେ ହେବ ବୋଲି ତହସିଲଦାର ପ୍ରକାଶ କରିଥଲେ । ଏହି କମିଟି ଗଠନ ପରେ ସହରରେ ଖୁସିର ଲହରୀ ଖେଳିଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post