mobile header

୮୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି, ୩/୨: ମାଲକାନଗିରି ଜିଲ୍ଲା ଅବକାରୀ ଅଧୀକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦେଶକ୍ରମରେ ଅବକାରୀ ମୋବାଇଲ ୟୁନିଟ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିଲା। ତେବେ ଏମଭି-୧୧ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଅଟୋ କ୍ଷୀପ୍ର ଗତିରେ ଆସୁଥିବା ଲକ୍ଷ୍ୟ କରି ଅଟୋକୁ ଅଟକାଇ ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ବେଳେ ଅଟୋରେ ଗଞ୍ଜେଇ ଲଦାଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାମ କରୁଥିବା ଆସାମୀକୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଅଟୋରେ ୮୧ କିଲୋ ଗଞ୍ଜେଇ ଲଦାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଗଞ୍ଜେଇକୁ ତେଲେଙ୍ଗାନା ଅଞ୍ଚଳର ଆଙ୍ଗାଡି ସାମ୍ବାୟା ନାମକ ବ୍ୟକ୍ତି ତେଲେଙ୍ଗାନାକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଥିଲା। ତେବେ ଆଜି ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଚ଼ଢାଉରେ ଅବକାରୀ ଏସଆଇ ଆଶେଷ କୁମାର ନାୟକ, ଅକ୍ଷୟ ଜେନା, ଜ୍ଞାନରଂଜନ ସାହୁ, ପ୍ରଦୀପ କୁମାର ନାୟକ, ରାମଚନ୍ଦ୍ର ହନ୍ତାଳ, ପ୍ରବୀଣ କୁମାର ସାହୁ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.