ବାଲିମେଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଚର୍ଚ୍ଚାରେ ଉପଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଗସ୍ତରେ ଆଜି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଆସିଥିଲେ। ଏହି ସମୟରେ ସେ ନିର୍ମାଣଧିନ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେହିପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଗସ୍ତରେ ଯାଇ ନୂତନ କ୍ଲାସ ରୁମ ନିର୍ମାଣ ସହ ଅଧ୍ୟାପକ ଅଧ୍ୟାପିକା ସହ କଲେଜର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ତେବେ ମାଲକାନଗିରି ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ମେଳାପୀ ସ୍ଵଭାଵର ହୋଇଥିବା ହେତୁ ସେ ଛାତ୍ରଛାତ୍ରୀଙ୍କ ସହ ମିଶି ପିଲାଙ୍କ ପାଠ ପଢାକୁ ନେଇ ଆଲୋଚନା କରିଥିଲେ। ଏହି ସମୟରେ +୨ ବିଜ୍ଞାନର ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ପଢ଼ାଇଥିବା ବେଳେ +୨ କଳା ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଗ୍ରାମାର ସମ୍ବନ୍ଧରେ ଜ୍ଞାନ ଦେଇଥିଲେ। ସେହିପରି +୩ର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ନିଜର ଭବିଷ୍ୟତକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ କ୍ୟାରିଅର କାଉନ୍ସିଲିଂ ଏବଂ ସିଭିଲ ସର୍ଭିସ ସମ୍ବନ୍ଧରେ ଗୁରୁମନ୍ତ୍ର ଦେଇଥିଲେ। ତେବେ ସେ ଜଣେ ଉପଜିଲ୍ଲାପାଳ ହୋଇଥିବା ସତ୍ତ୍ୱେ ମଧ୍ୟ ପିଲାଙ୍କୁ ଏପରି ପାଠ ପଢାଇବା ଘଟଣା ବର୍ତ୍ତମାନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁଙ୍କ ଗସ୍ତ ସମୟରେ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୁଲ୍ୟ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

Leave A Reply

Your email address will not be published.