ମାଲକାନଗିରି, ୫।୨: ମାଲକାନଗିରି ଜିଲ୍ଲା ସଦର ମହକୁମା ପଞ୍ଚାୟତ ସାଧନ କେନ୍ଦ୍ର ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ଆପଦ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ଅଧିକାରୀ କର୍ମଚାରୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି, କାଲିମେଲା ଓ ଏମ୍.ଭି. ୭୯ ମହାବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଅଗ୍ନିଶମ ବିଭାଗ ତରଫରୁ ବିପଦ ସମୟରେ ନିଜକୁ ଓ ଅନ୍ୟମାନଙ୍କୁ କିପରି ରକ୍ଷା କରିପାରିବେ ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ । ବର୍ତମାନ ଆଗାମୀ ଦିନରେ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ଗ୍ରୀଷ୍ଣ ଋତୁରେ ବହୁ ଅଗ୍ନି ସମ୍ବନ୍ଧୀୟ ଦର୍ଘଟଣା ହେବାର ଆଶଙ୍କା ରହିଛି । ତେବେ ସେହି ସମୟରେ କିପରି ଅଗ୍ନି ଦାଉରୁ ନିଜକୁ ରକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରିପାରିବେ ଅଗ୍ନି ଦୁର୍ଘଟଣା ହେଲେ ତାହାକୁ କିପରି ଲିଭାଇବେ, ସେ ସମ୍ବନ୍ଧରେ ତାଲିମ ପ୍ରଦାନ କରା ଯାଇଥିଲା । ଏହି ଅବସରରେ ଡେପୁଟି କଲେକ୍ଟର ଉମା ପ୍ରସାଦ ଦାସ, ଜିଲ୍ଲା ଅଗ୍ନିଶ୍ରମ୍ ଅଧିକାରୀ କମଲ କୁମାର ଗୌଡ, କୁନା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.