କଟକ,(ନୃସିଂହ ଚରଣ ଦାସ): ଶାସକ ଦଳର ହାତରୁ ଖସିଥିଲା ପଞ୍ଚାୟତ । ମାତ୍ର ବର୍ଷେ ନପୁରୁଣୁ ପଲଟିଛି ବାଜି । ଲୋକ ସମର୍ଥନରେ ବିଜୟୀ ହୋଇଥିବା ସ୍ୱାଧୀନ ସରପଞ୍ଚ ଓ ସମିତି ସଭ୍ୟ ମିଶିଛନ୍ତି ଶାସକ ଦଳରେ । ଏମିତିକା ଘଟଣା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକ ଯଇରାମପୁର ପଞ୍ଚାୟତରେ । ରବିବାର ଯଇରାମପୁର ପଞ୍ଚାୟତର କାଜିହାଟରେ ଆୟୋଜିତ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତରେ ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମୀପ୍ରିୟା ଦାସ ଓ ସରପଞ୍ଚ ସ୍ୱାତି ସୁଚରିତା ନାୟକଙ୍କ ସମେତ ଶହ ଶହ ସମର୍ଥକ ବଦଳାଇଛନ୍ତି ମତ । ଆଉ ସାମିଲ ହୋଇଥିଲେ ଶାସକ ଦଳରେ । ଆଗାମୀ ଦିନରେ ଶାସକ ଦଳର ସମର୍ଥନରେ ପଞ୍ଚାୟତର ଉନ୍ନତି କରାଯିବ ବୋଲି କହିଛନ୍ତି ସରପଞ୍ଚ । ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି ପଞ୍ଚାୟତବାସୀ ଯେଉଁ ଲକ୍ଷ୍ୟ ନେଇ ସ୍ୱାଧୀନ ପାର୍ଥିଙ୍କୁ ବିଜୟୀ କରାଇଥିଲେ ତାହା ପୁରଣ ହେବ ତ । ନାଁ ସମୟ କହିବା ଲୋକଙ୍କୁ ଉପେକ୍ଷା କେତେ ସଠିକ ।
Sign in
Sign in
Recover your password.
A password will be e-mailed to you.