mobile header

ସ୍ମାଇଲ ଇଲେଭେନ କଟକ ଚାମ୍ପିଅନ

କଟକ,(ନୃସିଂହ ଚରଣ ଦାସ): ରାଜ୍ୟ କୁହ ଅବା ଦେଶ । ଗାଁ ଗହଳି କୁହ ଅବା ସହର । ସବୁଠି କ୍ରିକେଟ ଫେବର । ମାତ୍ର ଏବେ ସହର ଅପେକ୍ଷା ଗାଁରେ ବଢିଛି କ୍ରିକେଟର ମାହୋଲ ଦମଦାର । ଯାହାର ପ୍ରତିଫଳିନ ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ବ୍ଲକ ପଲଦା ଜାଗରଣ କ୍ଲବରେ । କ୍ଲବର ୩୭ତମ ବାର୍ଷିକ ଉତ୍ସବରେ ଆୟୋଜିତ ହୋଇଥିଲା କ୍ରିକେଟ ମ୍ୟାଚ । ଯାହାର ଫାଇନାଲରେ ଜଗତସିଂହପୁରର ଆମ୍ବେଦକର କ୍ଲବ ଓ କଟକର ସ୍ମାଇଲ ଇଲେଭେନ ହୋଇଥିଲେ ମୁହାଁମୁହିଁ । ହେଲେ ସ୍ମାଇଲ ଇଲେଭେନର ନିଖୁଣ କ୍ରୀଡ଼ା ପ୍ରଦର୍ଶନ କରାଇଥିଲା ଦଳକୁ ବିଜୟୀ । ୧୯୭ ରନକୁ ମାତ୍ର ୫ ଉଇକେଟ ହରାଇ ସଂଗ୍ରହ କରିଥିଲା ସ୍ମାଇଲ ଇଲେଭେନ । ପ୍ରଥମେ ଟସ ଜିତି ଜଗତସିଂହପୁରର ଆମ୍ବେଦକର କ୍ଲବ ୧୯୬ ରନ କରି ଅଲଆଉଟ ହୋଇଥିଲା । ଉନ୍ନତ ଖେଳ ପ୍ରଦର୍ଶନ ଲାଗି ସୁବ୍ରତ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେହିପରି ମ୍ୟାନ ଅଫ ଦି ସିରିଜ ହୋଇଥିଲେ ଉତମ ମହାନ୍ତି । ଉତ୍ସବରେ ବିପି ମୋଟର୍ସର ମୁଖ୍ୟ ପୃଥ୍ୱୀରାଜ ମିଶ୍ର ଓ ଡିପି ମୋଟର୍ସର ଜୟନ୍ତ ଦାସ ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ । ସେହିପରି ଅତିଥି ଭାବେ ସରପଞ୍ଚ ଚିନ୍ମୟୀ ବେହେରା, ପ୍ରାକ୍ତନ ସରପଞ୍ଚ ମୀନକେତନ ସ୍ୱାଇଁ, ଜନାର୍ଦ୍ଦନପୁର ସରପଞ୍ଚ ବିଶ୍ୱଭୂଷଣ ନାୟକ, ସମାଜସେବୀ ରମାକାନ୍ତ ବେହେରା ଯୋଗ ଦେଇଥିଲେ । ପାର୍ଥ ଦାସ ଓ ପିଣ୍ଟୁ ପାଇକରାୟ ଖେଳ ପରିଚାଳନା କରିଥିଲେ । ଏଥିରେ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.