କାଳିମେଳା, ତା ୭/୨: ଅଶ୍ଳୀଳ ଭିଡ଼ିଓ ଭାଇରାଲକୁ କେନ୍ଦ୍ର କରି ଏମଭି-୭୯ ଥାନାରେ ଏତଲା ଦିଆଯାଇଛି । ପୁଲିସ ଏତଲା ପାଇବା ପରେ ଅଙ୍ଗନବାଡ଼ି ସୁପରଭାଇଜର ସରୋଜିନୀ ସାହୁ ଏବଂ ଭୁବାନପାଲି ଅଙ୍ଗନବାଡ଼ି କର୍ମୀଙ୍କ ସ୍ବାମୀ ମହେନ୍ଦ୍ର ଦୁହିଁଙ୍କ ନାମରେ ମାମଲା ରୁଜୁ କରାଯାଇଛି । କାଲିମେଳା ବ୍ଲକ ଅନ୍ତର୍ଗତ କଟନପଲ୍ଲୀ ଅଙ୍ଗନବାଡି କେନ୍ଦ୍ରର ରୋଷେଇୟା ଆଶି ଭଦ୍ର ସ୍ବାମୀ ଗଙ୍ଗା ଭଦ୍ର ଅଶ୍ଳୀଳ ଭିଡ଼ିଓ ଭାଇରାଲର ଏତଲା ଦେଇଥିଲେ । ତେବେ ଘଟଣାରୁ ଜଣାପଡିଛି ଯେ ଜାନୁଆରୀ ୧୯ ତାରିଖ ଅଙ୍ଗନବାଡି ସୁପ୍ରଭାଇଜର କଟନପଲ୍ଲୀ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେ । ସେହି ସମୟରେ ଜଣେ ଛୋଟ ଛୁଆ ରୋଷେୟାଙ୍କ ଶାଢ଼ୀ ଉପରେ ଝାଡା କରିଥିଲେ । ତେଣୁ ରୋଷେଇୟା ଜଣକ ଶାଢ଼ୀକୁ ଧୋଇଥିଲେ ଏବଂ ଷ୍ଟୋର ରୁମରେ ଯାଇ ଶାଢ଼ୀ ବଦଳାଉଥିଲେ । ସେତିକି ବେଳେ ମୋବାଇଲରେ ସୁପରଭାଇଜର ସରୋଜିନୀ ସାହୁ ଏବଂ ମହେନ୍ଦ୍ର ଦୁହେଁ ରୋଷେଇୟାର ଶାଢ଼ୀ ବଦଳାଇବା ଭିଡିଓ ସୁଟିଂ କରିଥିବା ଅଭିଯୋଗ ହୋଉଛି । ରୋଷେଇୟା ଫେବୃଆରୀ ୩ ତାରିଖରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । କିନ୍ତୁ ଏପର୍ଯ୍ୟନ୍ତ କେହି ଗିରଫ ହୋଇଥିବା ନ ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.
Prev Post