କାଲିମେଳା ତା ୭/୨: କାଲିମେଳା ବିଜେପି ମଣ୍ଡଳ ପକ୍ଷରୁ ରବିବାର ଦିନ କାର୍ଯ୍ଯକାରିଣୀ ବୈଠକ ଏମ.ଭି. ୯୦ ସ୍ଥିତ ହରି ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚାର ସଭାପତି ତଥା କାଲିମେଳା ବ୍ଲକର ବିଧାୟକ ପ୍ରତିନିଧି ଭବାନୀ ଶଙ୍କର ମୂଖାର୍ଜୀ ,ଜିଲ୍ଲା ଏସସି ମୋର୍ଚାର ସଭାପତି ଉତମ ରାଓ, ମଣ୍ଡଳ ପ୍ରଭାରୀ ସ୍ବପନ ରାୟ, ମହିଳା ମୋର୍ଚା ସଭାନେତ୍ରୀ ଆଲାଦି ଅଧିକାରୀ, ବଡିଗେଟା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ବେଟୀ, ଓବିସି ମୋର୍ଚା ସଭାପତି ନରହରି ପ୍ରଧାନ, ବିଶିକେଶ ଦାସ, ଦିଲିପ ବାଗଚି ଓ ପ୍ରତି ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରମୁଖ ଓ ସହ ପ୍ରମୁଖ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଘର ଘୋଟାଲା, ବିଦ୍ୟୁତ ବିଲ ଅଧିକ ଆସିବା, ବ୍ଲକ କର୍ମଚାରୀ ବ୍ଲକ ହେଡକ୍ବାଟରରେ ରହୁନଥିବା, ତହସିଲ ପକ୍ଷରୁ ଠିକ ସମୟରେ କୌଣସି ପ୍ରମାଣ ପତ୍ର ନଦେବା, ଦୀର୍ଘ ଦିନ ଧରି ବସବାସ କରୁଥିବା ଲୋକଙ୍କୁ ପଟ୍ଟା ନ ଦେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post