ବରିଷ୍ଠ ନାଗରିକ କଟକ ବଡ ମେଡିକାଲ ପରିସରରୁ ନିରୁଦ୍ଦିଷ୍ଟ

କଟକ: ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଏକ ନମ୍ବର ୱାର୍ଡ ନିବାସୀ ବାସୁ ସାମଲ (୬୫) ଗତକାଲି କଟକ ବଡ ମେଡିକାଲ ଚକ୍ଷୁ ବିଭାଗରେ ନିଜର ସମ୍ପର୍କୀୟଙ୍କ ଚିକିତ୍ସା ଲାଗି ଯାଇଥିବା ବେଳେ ନିଖୋଜ ହୋଇଯାଇଛନ୍ତି । ତେବେ ୨୪ ଘଣ୍ଟା ବିତି ଯାଇଥିଲେ ବି ତାଙ୍କର ସନ୍ଧାନ ମିଳିପାରି ନାହିଁ । ତାଙ୍କ ପୁତ୍ର ମଣ୍ଟୁ ସାମଲ (ନମ୍ବର: ୮୧୪୪୨୬୪୦୪୬) ଏନେଇ ମଙ୍ଗଳାବାଗ ଥାନାରେ ବାପା ବାସୁଦେବ ସାମଲ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । କୌଣସି ସହୃଦୟ ବ୍ୟକ୍ତି ଯଦି ତାଙ୍କର ସନ୍ଧାନ ପାଆନ୍ତି ତେବେ ୭୭୩୫୦୩୯୭୭୮, ୮୧୪୪୨୬୪୦୪୬ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି । କଟକ ବଡ ମେଡିକାଲରେ ସମ୍ପର୍କୀୟ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ପରିବାର ଲୋକ ତାଙ୍କୁ ଖୋଜିବାରେ ବ୍ୟସ୍ତ । ଯଥା ସମ୍ଭବ ସାହାଯ୍ଯ କରିବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.