ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ୧୧୧ତମ ଜୟନ୍ତୀ

କଟକ, (ନୃସିଂହ ଚରଣ ଦାସ): ନିଶ୍ଚିନ୍ତକୋଇଲିର ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିର୍ବାଣ’ ପକ୍ଷରୁ ଅରୁଣାଚଳ ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ୧୧୧ତମ ଜୟନ୍ତୀ ପାଳିତ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଅରୁଣାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ, ରାଜନେତା ତଥା ସମାଜସେବୀ ସ୍ବର୍ଗତ ଦ୍ୱିବେଦୀଙ୍କ ଜୟନ୍ତୀ ସଂପାଦକ ପ୍ରକାଶ ଚନ୍ଦ୍ର ରାଉଳଙ୍କ ଅଧ୍ୟକ୍ଷତାରେ ନିର୍ବାଣ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ଶିକ୍ଷାବିତ୍ ଫକୀର ଚରଣ ନାୟକ ଯୋଗ ଦେଇଥିଲେ ।ନିଶ୍ଚିନ୍ତକୋଇଲି ବ୍ଲକର ଅଧ୍ୟକ୍ଷ ପଦରୁ ରାଜନୈତିକ ଜୀବନ ଆରମ୍ଭ କରି ତିନିଥର ସାଂସଦ, ରାଜ୍ୟସଭା ସଦସ୍ୟ ଏବଂ ରାଜ୍ୟପାଳ ପଦରେ ଅଧିଷ୍ଠିତ ହୋଇଥିଲେ ବୋଲି ମୁଖ୍ୟ ଅତିଥି କହିଥିଲେ । ପ୍ରବୀଣ ରାଜନୀତିଜ୍ଞ ଭାବେ ନିଜକୁ ପ୍ରତିପାଦନ କରି ଜନପ୍ରିୟ ନେତା ଭାବେ ସେ ପରିଚିତ ହୋଇପାରିଥିଲେ । ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ଉପଦେଷ୍ଟା ତଥା କବି ସଚ୍ଚିଦାନନ୍ଦ ମିଶ୍ର ଯୋଗଦେଇ ସୁରେନ୍ଦ୍ରନଥ ଦ୍ୱିବେଦୀଙ୍କ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ସମାଜସେବୀ ନାରାୟଣ ଦ୍ୱିବେଦୀ, ପୂର୍ବତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ଦାସ, ସମାଜସେବୀ ଶରତ ଚନ୍ଦ୍ର ଦାସ, କବି ପ୍ରଫୁଲ୍ଲ ସିଂ, ଗୋସେବକ ସମାଜସେବୀ ଅଶୋକ କୁମାର ବେହେରା, ସୁଶାନ୍ତ କୁମାର ନାୟକ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାପାତ୍ର, ସୁକାନ୍ତ ମାଢେଇ, ନିରଞ୍ଜନ ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରାଜେଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ସେହିପରି ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ୧୧୧ତମ ଜୟନ୍ତୀ ଜନ୍ମମାଟି ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତ ଖଣ୍ଡସାହିରେ ପାଳିତ ହୋଇଯାଇଛି । ଜୟନ୍ତୀ କମିଟିର ସଭାପତି ସୁରରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ସମାଜସେବୀ ନାରାୟଣ ଦ୍ୱିବେଦୀ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ଦାସ ଯୋଗଦେଇ ସ୍ୱର୍ଗତ ଦ୍ୱିବେଦୀଙ୍କ ସ୍ମୃତି ଚାରଣ ସହ ଜନ୍ମମାଟି ଓ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ପ୍ରତିମୂତ୍ତି ସ୍ଥାପନ ପାଇଁ ଦାବି କରିଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅଶୋକ କୁମାର ସାହୁ, ରାମେଶ୍ୱରୀ ପ୍ରସାଦ ଦ୍ୱିବେଦୀ, ଶରତ ଚନ୍ଦ୍ର ଦାସ, ସୁଲେଖ ଚନ୍ଦ୍ର ବେହେରା, ନରେନ୍ଦ୍ର କୁମାର ମିଶ୍ର, ପ୍ରଦୀପ୍ତ କୁମାର ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଶେଷରେ ଅଭୟାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.