ମାଲକାନଗିରି: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଆଜି ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଜିଲ୍ଲାପାଳ ବିଶ୍ୱାଳ ସିଂଙ୍କ ଅଧକ୍ଷ୍ୟତାରେ ମାଲକାନଗିରି ଡିଏନକେ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣ ଚନ୍ଦ୍ର ବାକା, ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧକ୍ଷ ଆଡ଼ମା ରାବା, ଜିଲ୍ଲା ପରିଷଦ ଅଧକ୍ଷ୍ୟ ଶ୍ରୀମତୀ ସମାରୀ ତାଙ୍ଗୁଲ, ଅତରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ମାଲକାନଗିରି ମୁଖ୍ୟ କୃଶି ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ଶାନ୍ତନୁ କୁମାର ମହାପାତ୍ର ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ମାଲକାନଗିରି ବ୍ଲକ ସାଂସଦ ପ୍ରତିନିଧି କାମେଶ୍ୱର ରାଓ ପ୍ରମୁଖ ଯୋଗ ଦେଇଥିଲେ l ଆଜିର କାର୍ଯ୍ୟକ୍ରମରେ କୃଷିର ଉନ୍ନତି କରଣ ଲାଗି ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ସଚେତନ ନିର୍ଦ୍ଧାରିତ ସରକାରୀ ରିହାଇତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତତ୍କାଳ ବୁକିଂ ବ୍ୟବସ୍ଥା ମହିଳା ସ୍ୱୟଂ ସହାୟକ ଗୋଷ୍ଟିଙ୍କ ନିମନ୍ତେ ବିଶେଷ ରିହାତି ଏବଂ ବିକ୍ରୟର ବ୍ୟବସ୍ଥା ଓ ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଁଇ ଋଣର ସୁଯୋଗ ଭଳି ବିଭିନ୍ନ ସରକାରୀ ସହାୟତା ଉପରେ କୃଷକ ଭାଇ ମାନଙ୍କୁ ସଚେତନ କରାଯାଇଥିଲା l ଏହା ସହ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ନତ ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କୁ ସମ୍ମାନିତ କରାଯାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.