ଇଶ୍ଵରୀୟ ପରିବାରର ବାର୍ଷିକ ଉତ୍ସବ: ସଦଚିନ୍ତନ ଇଶ୍ଵର ଭକ୍ତି ହିଁ ମକ୍ଷ ପ୍ରାପ୍ତିର ମାଧ୍ୟମ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ପୁରୁଣାପାଣି ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ପରିବାର, ଖୁଣ୍ଟା ଶାଖା ପକ୍ଷରୁ ୮ମ ବାର୍ଷିକ ଉତ୍ସବ ଓ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ଏହି ଅବସରରେ ମାନବ ଜାତିର କଲ୍ୟାଣ ଓ ଅଦ୍ୱିତୀୟ ସେବାରେ ନିଜ ନିଜକୁ ଉତ୍ସର୍ଗ କରିବା ଉଦ୍ଦେଶ୍ୟକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଶାନ୍ତି ଶୋଭାଯାତ୍ରା ରେ ବାହାରି ଖୁଣ୍ଟା ବଜାର ପରିକ୍ରମା କରି ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲା । ଇତି ଅବସରରେ ଆଶ୍ରମ ପରିସରରେ ଇଶ୍ଵରୀୟ ପରିବାର ଦମୟନ୍ତୀ ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ରୁପେ ଡା. ଅଜୟ କୁମାର ରଥ, ସମ୍ମାନୀତ ଅତିଥି ରୁପେ ସାନଖୁଣ୍ଟା ସରପଞ୍ଚ ସୁମି ହାଁସଦା, ରାଜସ୍ଥାନ ମାଉଣ୍ଟ ଆବୁର ହିମା°ଶୁ ଭାଇ, ଖୁଣ୍ଟା ଶାଖାର ମୁଖ୍ୟ ମିନୁ ଭଉଣୀ ପ୍ରମୁଖ ଯୋଗ ଦେଇ ମାନବ ସମାଜର କଲ୍ୟାଣ ଏବଂ ଭବିଷ୍ୟତ ଜୀବନକୁ ଉଜ୍ଜଳ କରିବାକୁ ସତ କର୍ମ ସହ ଇଶ୍ଵରୀୟ ଚେତନାରେ କିଛି ସମୟ ଅତିବାହିତ କରିବା ପାଇଁ ଆହ୍ବାନ ଦେଇଥିଲେ । ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ କୁ ଖୁଣ୍ଟା ଇଶ୍ଵରୀୟ ପରିବାରର ମାୟାଧର ଭାଇ, କୃଷ୍ଣ ଭାଇ, କମଳା ଭାଇଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave A Reply

Your email address will not be published.