ମାଲକାନଗିରି, ୧୨/୨: ମାଲକାନଗିରି ଜିଲ୍ଲା ଅମଲା ସଂଘର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଅମଲା ସଂଘର ସାଧାରଣ ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଚିତ୍ତରଂଜନ ତଲାସିଆ, ସଂଗଠନ ସଂପାଦକ ଜ୍ଞାନ ରଂଜନ ଦାସ, ଶିବ ପ୍ରସାଦ ପାଣିଗାହୀ, ଶଶୀ ଭୁଷଣ ଦାସ, ଦିଲୀପ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସଭାପତି ଲକ୍ଷ୍ମୀ ନାରାୟଣ ସେଠୀ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସଂପାଦକ କିଶୋର ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏକ ବିରାଟ ରାଲିରେ ଶତାଧିକ ଅମଲା ସଂଘର ସଦସ୍ୟ ଓ ସଦସ୍ୟାମାନେ ଏକତ୍ରୀତ ହୋଇ ସହର ପରିକ୍ରମା କରିବା ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପହଞ୍ଚିଥିଲେ। ଏହି ଅବସରରେ ଅମଲା ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଲକ୍ଷ୍ମୀ ନାରାୟଣ ସେଠୀଙ୍କୁ ଜିଲ୍ଲା ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ ଶ୍ୟାମ ସୁନ୍ଦର ନାୟକଙ୍କ ସଭାପତି, ଲକ୍ଷ୍ମୀଧର ଦାସଙ୍କ ସଂପାଦକ, ମନୋଜ ନାୟକଙ୍କୁ ସଂଗଠନ ସଂପାଦକ, ବସନ୍ତ ବିଷୋୟୀଙ୍କୁ କାର୍ଯ୍ୟକାରୀ ସଭାପତି, ରବୀନ୍ଦ୍ର ଦୁରୁଆଙ୍କୁ ମିଡିଆ ସଂପାଦକ, ଅନନ୍ତ ଚରଣ ବେହେରାଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିଲା। ଆଗାମୀ ଦିନରେ ଅମଲାମାନେ କରିଥିବା ଗୋଟିଏ ମାତ୍ର ଦାବି ହେଲା ୯୩୦୦ ଟଙ୍କା ମୂଳ ଦରମା ସହ ୪୨୦୦ ଗ୍ରେଡ ପେ ପ୍ରଦାନ କରିବାରେ ସରକାର ଯଦି ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ପ୍ରତିବାଦର ସ୍ବର ଉଠାଇବ ବୋଲି କହିଛି।
Sign in
Sign in
Recover your password.
A password will be e-mailed to you.