ଭୁବନେଶ୍ୱର: ରାଜ୍ୟ ମାନବାଧିକାର ଆୟୋଗର ନୂତନ ଭାବେ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିବା ଜଷ୍ଟିସ୍ ଶତୃଘ୍ନ ପୂଜାରୀ ଓ ନୂତନ ସଦସ୍ୟ ଦାୟିତ୍ବ ଗ୍ରହଣ କରିଥିବା ଆଇନଜୀବୀ ଅସୀମ ଅମିତାଭ ଦାସଙ୍କୁ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍ର କର୍ମକର୍ତ୍ତାମାନେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏ ଅବସରରେ ଆସୋସିଏସନ୍ର ଚେୟାରପର୍ସନ୍ ଜ୍ଞାନ ରଞ୍ଜନ ମହାନ୍ତି, ପେସିଡ଼େଣ୍ଟ ବିରେନ୍ଦ୍ର କୁମାର ପଟ୍ଟନାୟକୟ, ସାଧାରଣ ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀ ପ୍ରମୁଖ ଜଷ୍ଟିସ୍ ପୂଜାରୀଙ୍କୁ ନୂତନ ଦାୟିତ୍ବର ଅଭିନନ୍ଦନ ଜ୍ଞାପନ କରିବା ସହ ତାଙ୍କ ନେତୃତ୍ବରେ ରାଜ୍ୟରେ ମାନବାଧିକାର କମିଶନ୍ ଆହୁରୀ ସଦୃଢ ହେବ ବୋଲି ଆଶା ପ୍ରକଟ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.