ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ

କାଲିମେଳା: କାଲିମେଳା ତହସିଲ ଅନ୍ତର୍ଗତ ଏମଭି-୯୦ ଗ୍ରାମ ତଥା ୩୨୬ ଜାତୀୟ ରାଜପଥ କଡ଼ରେ ଥିବା ଘର ଗୁଡ଼ିକୁ ପ୍ରଶାସନ ପକ୍ଷରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି । ସରକାରୀ ଜମିକୁ ଜବରଦଖଲ କରି ଏମଭି-୯୦ ଗ୍ରାମର ତିନି ଜଣ ପରିବାର ଘର ନିର୍ମାଣ କରିଥିଲେ । ପୂର୍ବରୁ ଏମାନଙ୍କୁ ତହସିଲ ପକ୍ଷରୁ ନୋଟିସ ଦିଆଯାଇଥିଲେ ସୁଧା ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନେ ଭାଙ୍ଗି ନଥିଲେ । ତେଣୁ ବାଧ୍ୟ ହୋଇ ପ୍ରଶାସନ ପକ୍ଷରୁ ଜେସିବି ମେସିନ୍ ଦ୍ଵାରା ଘର ଗୁଡ଼ିକକୁ ଭାଙ୍ଗି ଦିଆଯାଇଛି । ମାଜିଷ୍ଟ୍ରେଟ ତଥା ତହସିଲଦାର ଚଇନୁ ଗଣ୍ଡ, ପୁଲିସ ଏସଡିପିଓ, ଥାନା ପୁଲିସ, ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଘର ଗୁଡ଼ିକ ଭଙ୍ଗା ଯାଇଥିଲା । ସୁବାସ ମଜୁମଦାରଙ୍କ ତିନି ବଖରା ନୂତନ ଛାତଘର ସମେତ ବିଶ୍ଵଜିତ ମାଲାକାର ଓ କମଲ ରାୟଙ୍କ ଆଜବେଷ୍ଟସ ଘର ଭଙ୍ଗା ଯାଇଛି । ଆଗକୁ ୪ୱ ରାସ୍ତା ନିର୍ମାଣ ଯୋଜନା ଥିବାରୁ ରାସ୍ତା କଡରେ ଥିବା ଘର ଗୁଡ଼ିକୁ ଉଚ୍ଛେଦ କରାଯିବା ସୂଚନା ମିଳିଛି ମିଳିଛି । ସେହିପରି କାଲିମେଳା ସହିଦ୍ ତାମ୍ମା ଦୋରା ଉଦ୍ୟାନ ପରିସର ଆଗରେ ଥିବା ଶନି ମନ୍ଦିର ଯୋଗୁଁ ଉଦ୍ୟାନର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିଲା । ତେଣୁ ଶନି ମନ୍ଦିର ମଧ୍ୟ ଉଚ୍ଛେଦ କରାଯାଇଛି ।

Leave A Reply

Your email address will not be published.