mobile header

ଯୌତୁକରେ ସ୍ୱାମୀଙ୍କୁ ମିଳିଥିବା ଗହଣାରେ ରହିଛି କି ସ୍ତ୍ରୀର ଅଧିକାର, ଜାଣନ୍ତୁ କଣ କହିଲେ କେରଳ ହାଇକୋର୍ଟ

କେରଳ: ଯଦି ସ୍ତ୍ରୀଙ୍କ ନାମରେ ବ୍ୟାଙ୍କ ଲକରରେ କିଛି ସୁନା ରହିଛି ତେବେ ଏହି ସୁନାକୁ ତାଙ୍କ ସ୍ୱାମୀ ବା ପରିବାର ଲୋକଙ୍କୁ ଦିଆଯାଇପାରିବ ନାହିଁ । କିିମ୍ବା ଛାଡପତ୍ର ବେଳେ ଏହାକୁ ସ୍ତ୍ରୀ ଠାରୁ ଆଦାୟ କରାଯାଇପାରିବ ନାହିଁ । ଜଷ୍ଟିସ ଅନିଲ କେ.ନରେନ୍ଦ୍ରନ ଓ ଜଷ୍ଟିସ ପି.ଜି ଅଜିତ କୁମାରଙ୍କ ଖଣ୍ଡପୀଠ କହିଛନ୍ତି କି ବାହାଘର ସମୟରେ ସ୍ତ୍ରୀଙ୍କୁ ମିଳିଥିବା ସୁନା ଗହଣା ପ୍ରାୟତଃ ସ୍ୱାମୀ କିମ୍ବା ପରିବାର ଲୋକଙ୍କ ହାତକୁ ଚାଲିଯାଇଥାଏ । ହେଲେ ଯୌତୁକ ନିରୋଧୀ ନିୟମ ୧୯୬୧ ମୁତାବକ ଛାଡପତ୍ର ବେଳେ ଏହାକୁ ଫେରସ୍ତ ପାଇବା ସମ୍ଭବ ନୁହେଁ ।

କେରଳ ହାଇକୋର୍ଟର ପରିବାର ଅଦାଲତ ଏନେଇ ଏକ ମାମଲା ଶୁଣାଣି କରିଛନ୍ତି । ମାମଲାଟି ଏଭଳି ଥିଲା କି ସ୍ତ୍ରୀ ଜଣଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇସାରିବା ପରେ ଯୌତୁକରେ ଆଣିଥିବା ଟଙ୍କା ଓ ସୁନା ଗହଣା ଫେରିପାଇବାକୁ କୋର୍ଟରେ ଆବେଦନ କରିଥିଲେ । ଏନେଇ କୋର୍ଟ ମାନିଥିଲେ କି ଯୌତୁକରେ ଅଣାଯାଇଥିବା ସୁନା ଗହଣା ନେଇ ପର୍ଯ୍ୟପ୍ତ ପ୍ରମାଣ ଦେଖାଇବା କୌଣସି ମହିଳାଙ୍କ ପକ୍ଷେ ସମ୍ଭବ ନୁହେଁ । ଏଣୁ କୋର୍ଟ ଏହାକୁ ଯୌତୁକ ଭାବେ ଗ୍ରହଣ କରିଛନ୍ତି ।

ସେପଟେ କୋର୍ଟଙ୍କ ମତ ହେଉଛି ଦେଶରେ ଯୌତୁକ ଦେବା ଓ ନେବା ଆଇନତ ଅପରାଧ । ତେଣୁ ଯୌତୁକରେ କଣ କଣ ଦିଆଯାଇଛି ତାହା ପ୍ରମାଣ କରିବା ସ୍ତ୍ରୀ କିମ୍ବା ତାଙ୍କ ପରିବାର ଲୋକଙ୍କ ପକ୍ଷେ ଅସମ୍ଭବ । ହେଲେ ଯୌତୁକ ନିଶେଧ ଅଧିନିୟମ ଧାରା ୬ ମୁତାବକ ଯୌତୁକ ଗ୍ରହଣ କରିଥିବା ଲୋକ ଏହାକୁ ଫେରାଇଦେବା ସେମାନଙ୍କର ଦାୟିତ୍ୱ ।

Leave A Reply

Your email address will not be published.