କାଲିମେଳା, ତା ୧୭/୦୨: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ଗ୍ରାମ ପଞ୍ଚାୟତର ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯୁବ ରେଡକ୍ରସର ଉତ୍ସାହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ପ୍ରତିବର୍ଷ ନୁଆ କରି ଯୋଗ ଦେଇ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କେତେକଙ୍କୁ ଯୁବ ରେଡକ୍ରସରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବାକୁ ପ୍ରୋତ୍ସାହିତ କରାଯାଏ l ସମସ୍ତ ନୂତନ ସ୍ଵେଚ୍ଛାସେବୀ ମାନଙ୍କର ଆଭିମୁଖ୍ୟ କରଣ କରାଯାଇ ରେଡକ୍ରସ ଆଭିମୁଖ୍ୟ, ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରାଯାଏ l ଏ ନେଇ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ କୁମାର ଦତ୍ତଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ସଭା ପରିଚାଳନା ଯୁବ ରେଡକ୍ରସର କାଉନ୍ସିଲର ତଥା ଇଂଲିଶ ଅଧ୍ୟାପକ ପ୍ରଫୁଲ୍ଲ କୁମାର ବିଶ୍ବାଳ କରିଥିଲେ l ଓ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କଙ୍କୁ ଯୁବ ରେଡକ୍ରସର ପ୍ରତିଷ୍ଠାତା ସାର୍ ହେନେରୀ ଦୁନାନ୍ତଙ୍କ ଜୀବନୀ ଓ ଯୁବ ରେଡକ୍ରସ ସମ୍ପର୍କରେ ଆଲୋକପାତ କରିଥିଲେ l ଏ ଅବସରରେ ବିଦ୍ୟାଳୟର ଅର୍ଥ ଶାସ୍ତ୍ର ଅଧ୍ୟାପକ ହିମାଂଶୁ ଶେଖର ବୈଦ୍ୟ, ଓଡ଼ିଆ ଅଧ୍ୟାପକ ଡକ୍ଟର ପ୍ରଭାତ କୁମାର ସୁତାର, ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ପ୍ରକାଶ କୁମାର ମିଶ୍ର, ସମାଜ ବିଜ୍ଞାନ ଅଧ୍ୟାପକ ସୁଦାମ ଚରଣ ମହାଳିକ ଓ ଶିକ୍ଷା ବିଭାଗର ଅଧ୍ୟାପକ ବିମଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଯୁବ ରେଡକ୍ରସ ଆଭିମୁଖ୍ୟ କରଣ ସମ୍ପର୍କରେ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ସଭା ପରିଶେଷରେ ଅଧ୍ୟାପକ ସୁଧାମ ଚରଣ ମହାଳିକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.